କଥା କଥାକେ ଭାରତକୁ ବଦନାମ୍‌ କରିବାକୁ ଚେଷ୍ଟା କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ !

1 min read

ନୂଆଦିଲ୍ଲୀ: କଥା କଥାକେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜଳବାୟୁ ପରିବର୍ତ୍ତନକୁ ନେଇ ଟ୍ରମ୍ପ ଭାରତକୁ ଟାର୍ଗେଟ କରିଛନ୍ତି । ଆମେରିକାରେ ଆଉ ମାତ୍ର ଦଶ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି ପ୍ରେସିଡେନସିଆଲ ଡିବେଟ ।

Trump

ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥି ଜୋ-ବିଡେନଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନକୁ ନେଇ ବିତର୍କ ହୋଇଛି । ଏଥିରେ ଆମେରିକାର ଜଳବାୟୁ ଅନ୍ୟ ଦେଶ ଅପେକ୍ଷା ଯଥେଷ୍ଟ ଭଲ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । କିନ୍ତୁ ଖରାପ ଜଳବାୟୁର ଉଦାହରଣ ଦେଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ଟ୍ରମ୍ପ । ଋଷିଆ, ଚୀନ ଓ ଭାରତର ଜଳବାୟୁ ଅତ୍ୟଧିକ ଖରାପ । ସେଠାକାର ସରକାର ଏଥିପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ଏଭଳି ଅଭିଯୋଗ ପରେ, ଏହାକୁ ନେଇ ଭାରତରେ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧୀ କଂଗ୍ରେସ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଟ୍ରମ୍ପଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବନ୍ଧୁ ବୋଲି କହୁଥିବା ବେଳେ, ସେପଟେ ଟ୍ରମ୍ପ ଭାରତକୁ ଏମିତି ପୁରସ୍କାର ଦେଇଛନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା କପିଲ ସିବ୍ବଲ କହିଛନ୍ତି ଯେ ଆମେରିକାରେ ହୋଇଥିବା ହାଉଡି ମୋଦିର ରେଜଲ୍ଟ ଏବେ ଆସିଲା ।

ତେବେ ସୋସିଆଲ ମିଡିଆରେ ମଧ୍ୟ ଟ୍ରମ୍ପଙ୍କ ଏଭଳି ବୟାନକୁ କଡ଼ା ନିନ୍ଦା କରାଯାଇଛି । ପୂର୍ବରୁ ମଧ୍ୟ କରୋନା ଟିକାକୁ ନେଇ ଭାରତକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

Leave a Reply