ଅବସର ପରେ କ୍ଷୀର-ଟମାଟୋ ବିକୁଛନ୍ତି ଧୋନି!

ରାଞ୍ଚି: କ୍ରିକେଟରୁ ଅବସର ନେବାପରେ ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନଜର କୃଷି ଉପରେ । ଡାୟରୀ ଫାର୍ମ ସହିତ ଜୈବିକ ଚାଷ ଉପରେ ନଜର ଦେଇଛନ୍ତି ଧୋନି । ରାଞ୍ଚିର ଧୂର୍ବା ସ୍ଥିତ ସେମ୍ବୋରେ ୫୫ ଏକରରେ କୃଷି କରିଛନ୍ତି । ଏଥିରେ ସାମିଲ ରହିଛି ଉଭୟ ଗୋପାଳନ ଏବଂ ଜୈବିକ ଚାଷ ।


ଫାର୍ମ ହାଉସରେ ଟମାଟୋ, ଫୁଲକୋବି, ବନ୍ଧାକୋବି, ବ୍ରୋକଲି ଚାଷ ସାମିଲ ରହିଛି । ପ୍ରତିଦିନ ୮୦ କିଲୋଗ୍ରାମର ଟମୋଟୋ ଉତ୍ପାଦନ କରୁଛନ୍ତି ଧୋନି । ବଜାରରେ ଏହାର ଚାହିଦା ଯଥେଷ୍ଟ ଥିବାରୁ ଖୁବଶୀଘ୍ର ବିକ୍ରି ହୋଇ ଯାଉଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ରାଞ୍ଚି ବାସିନ୍ଦା ଧୋନିଙ୍କ ଫାର୍ମ ହାଉସରେ ଉତ୍ପାଦନ ହୋଇଥିବା କୋବିର ସ୍ୱାଦ ନେଇପାରିବେ । ତେବେ ଟମାଟୋ କିଲୋପ୍ରତି ୪୦ ଟଙ୍କା ରଖାଯାଇଛି । ଏହା ସହିତ ପ୍ରତିଦିନ ୩୦୦ ଲିଟରର କ୍ଷୀର ଉତ୍ପାଦନ ହେଉଛି ଏବଂ ବିକ୍ରି ହେବାପାଇଁ ସିଧା ବଜାରକୁ ଯାଉଛି । ଯାହାର ଲିଟର ପିଛା ୫୫ ଟଙ୍କା । ଧୋନିଙ୍କ ଫାର୍ମହାଉସରେ  ଉଭୟ ଭାରତୀୟ ଏବଂ ଫ୍ରିଜିୟନ ଗାଈ ରଖାଯାଇଛି । ଗୋଶାଳାରେ ପ୍ରାୟ ୭୦ଟି ଗାଇ ରହିଛି । ଫାର୍ମହାଉସର ଦେଖାରେଖା କରୁଛନ୍ତି ଶିବନନ୍ଦନ ଏବଂ ତାଙ୍କ ପତ୍ନି ସୁମନ ଯାଦବ । ତେବେ ଫାର୍ମହାଉସକୁ ନେଇ ଧୋନି ଖୁବ ଖୁସିଥିବା ଶିବନନ୍ଦନ ଜଣାଇଛନ୍ତି ।

Leave a Reply