ମହିପାଣି ହାତୀ ମୃତ୍ୟୁ ଘଟଣା: ଟ୍ରେନ୍‌ ଡ୍ରାଇଭରଙ୍କ ଦୋଷ ନାହିଁ କହୁଛି ରେଳ ବିଭାଗ

ରାଉରକେଲା: ବିଶ୍ରା ମହିପାଣି ନିକଟରେ ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ୍ୟୁ ବରଣ କରିବା ଘଟଣା । ଡିଆର୍‌ଏମ୍‌ଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ରେଲୱେ ବିଭାଗର ୪ ଜଣିଆ କମିଟି ଗଠିତ । ଶୁକ୍ରବାରଠାରୁ କମିଟି ତଦନ୍ତ ଆରମ୍ଭ କରିଛି । ହାତୀ ମୃତ୍ୟୁ ଘଟଣାରେ ଟ୍ରେନ ଡ୍ରାଇଭରଙ୍କ କୌଣସି ଭୁଲ ନାହିଁ । ଟ୍ରେନ ଡ୍ରାଇଭରଙ୍କୁ ବନ ବିଭାଗ ନିକଟରେ ଶୁକ୍ରବାର ହାଜର କରାଯିବ । ବନ୍ଧମୁଣ୍ଡା ଏଆର୍‌ଏମ ନିଶାନ୍ତ କୁମାର ଏନେଇ ସୁଚନା ଦେଇଛନ୍ତି ।

ତେବେ ବନ ଵିଭାଗର ତଦନ୍ତ ପରେ ଟ୍ରେନ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ରହିଛି । ଶୁକ୍ରବାର ଟ୍ରେନ ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି କୁହାଯାଉଛି । ଗୁରୁବାର ବନ ବିଭାଗ ଦ୍ୱାରା ଅଟକ ଥିବା ଟ୍ରେନ ଡ୍ରାଇଭରଙ୍କୁ କିଛି ରେଲୱେ କର୍ମଚାରୀ ଜବରଦସ୍ତ ଛଡାଇ ନେଇଥିବା ବନ ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା ।

ଟ୍ରେନ୍‌ ଡ୍ରାଇଭରଙ୍କୁ ବନ ବିଭାଗ ନିକଟରେ ହାଜର କରିବା ପାଇଁ ଏଆର୍‌ଏମ୍‌ଙ୍କୁ ଚିଠି କରିଥିଲା ବନ ବିଭାଗ । ଘଣ୍ଟା ପ୍ରତି ୮୦ କିଲୋମିଟରରୁ ଅଧିକ ବେଗରେ ଟ୍ରେନ ଡ୍ରାଇଭର ଟ୍ରେନ ଚଳାଉ ଥିବାରୁ ଦୁଇ ହାତୀ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ବନ ବିଭାଗ ତଦନ୍ତରୁ ଜଣାପଡିଛି । ଏନେଇ ରାଉରକେଲା ଏସିଏଫ୍‌ ଟଙ୍କଧର ବେହେରାଙ୍କ ସୁଚନା ।

ତେବେ ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ୧୪ ଟିକିଆ ହାତୀପଲ ମହିପାଣିରୁ ଝାଡ଼ଖଣ୍ଡ ସଂରଷିତ ଜଙ୍ଗଲକୁ ଯାଉଥିବା ବେଳେ ପାର୍ସଲ ଟ୍ରେନ ଦୁଇ ହାତୀଙ୍କୁ ଧକ୍କା ଦେଇଥିଲା । ମୃତ ଦୁଇ ମାଈ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ୧୫ ବର୍ଷରୁ ଅଧିକ ଓ ଅନ୍ୟ ହାତୀଟି ୮ ବର୍ଷରୁ ଅଧିକ ବୟସର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply