ତ୍ରିରଙ୍ଗା ବୟାନକୁ ନେଇ ଅକଳରେ ମେହବୁବା, ପିଡିପିରୁ ୩ ନେତାଙ୍କ ଇସ୍ତଫା

Mehbooba Mufti Alleges Center For Divisive Politics With The People Of Jammu And Kashmir

ଶ୍ରୀନଗର: ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟିର ନେତା ଟିଏସ୍ ବାଜୱା, ବେଦ ମହାଜନ ଓ ହୁସେନ୍ ଏ ୱଫା ଦଳରୁ ଇସ୍ତଫା ଦେଇଛନ୍ତି । ମେହବୁବାଙ୍କ ତ୍ରିରଙ୍ଗା ମନ୍ତବ୍ୟ ପରେ ଏମାନେ ଦଳ ଛାଡ଼ିଥିବା କୁହାଯାଉଛି । ଇସ୍ତଫା ଦେଇଥିବା ନେତା ମେହବୁବାଙ୍କୁ ଚିଠି ଲେଖି କିଛି କାର୍ଯ୍ୟ ଓ ଅବାଞ୍ଛନୀୟ ମନ୍ତବ୍ୟ ପାଇଁ ଦଳରେ ଅସୁରକ୍ଷିତ ମନେ କରୁଥିଲେ । ଏବଂ ମେହବୁବାଙ୍କ ମନ୍ତବ୍ୟ ଦେଶଭକ୍ତି ଭାବନାକୁ ଆଘାତ ଦେଇଥିବା କହିଛନ୍ତି ।

Mehbooba Mufti Remark PDP Leaders TS Bajwa Ved Mahajan Hussain A Waffa Resign From The Party

ଶୁକ୍ରବାର ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଜମ୍ମୁ କାଶ୍ମୀରରୁ ଗତବର୍ଷ ଅଗଷ୍ଟରେ ସମ୍ବିଧାନରେ ହୋଇଥିବା ପରିବର୍ତ୍ତନକୁ ଫେରାଇ ନେବାକୁ ଦାବି କରିଥିଲେ । ଏପରକି ଅନୁଚ୍ଛେଦ ୩୭୦ ନ ଫେରିଲେ ସେ ତ୍ରିରଙ୍ଗା ଧରିବେ ନାହିଁ କି ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ବେଳେ ମେହବୁବା ସୁରକ୍ଷାକର୍ମୀଙ୍କ କବଜାରେ ଥିଲେ । ସେଠାରୁ ମୁକୁଳିବା ପରେ ସେ ଗଣମାଧ୍ୟମକୁ କହିଥିଲେ ସେ ତ୍ରିରଙ୍ଗା ଧରିବେ ନାହିଁ । ପୂର୍ବ ରାଜ୍ୟ ପତାକା ଓ ସମ୍ବିଧାନ ଫେରାଇବାକୁ ଦାବି କରିଥିଲେ ।

Mehbooba Mufti Remark PDP Leaders TS Bajwa Ved Mahajan Hussain A Waffa Resign From The Party

ମେହବୁବାଙ୍କ ଏହି ବୟାନକୁ ବିଜେପି ଦେଶଦ୍ରୋହୀ ଦର୍ଶାଇବା ସହ ତାଙ୍କ ଗିରଫଦାରୀ ଦାବି କରିଥିଲା । ଅନ୍ୟପଟେ କଂଗ୍ରେସ ମେହବୁବାଙ୍କ ବୟାନକୁ ଉସୁକାଇବା ଓ ଦାୟିତ୍ୱହୀନ ବୋଲି କହିଥିଲା । ମେହବୁବାଙ୍କ ମନ୍ତବ୍ୟ ପରେ ଯୁବଗୋଷ୍ଠୀ ଦଳୀୟ କାର୍ଯ୍ୟାଳୟ ଆଗରେ ରାଲି କରିବା ସହ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଚେଷ୍ଟା କରିଥିଲେ । ରବିବାର ଜମ୍ମୁରେ ଏବିଭିପି କାର୍ଯ୍ୟକର୍ତ୍ତା ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ ।

Leave a Reply