ବାଲେଶ୍ୱର : ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେଲା QRSAM

1 min read

ବାଲେଶ୍ୱର: ବାଲେଶ୍ୱର ଜିଲା ନିକଟସ୍ଥ ଚାନ୍ଦିପରୁ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା QUICK REACTION SUFACE TO AIR MISSILE(QRSAM) ।  ଶୁକ୍ରବାର  ଅପରାହ୍ନରେ ଏହି ପରୀକ୍ଷା କରାଯାଇଛି । ଖଞ୍ଜା ଯାଇଥିବା ରାଡ଼ାର ସିଷ୍ଟମରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର  ପ୍ରାୟ ତିରିଶ  କିଲୋମିଟର ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ୍‌ କରିପାରିବ । ଏହାର ବେଗ ଶବ୍ଦର ବେଗଠାରୁ  ପ୍ରାୟ 4.7 ଗୁଣ ଅଧିକ । QRSAM ମୋବାଇଲ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇ ଜରୁରୀକାଳୀନ ସମୟରେ ଶତ୍ରୁ ପକ୍ଷ ଏୟାରକ୍ରାଫ୍ଟକୁ ଧ୍ୱଂସ କରାଯାଇ ପାରିବ । ଏହି ମିସାଇଲର ପ୍ରଥମ ପରୀକ୍ଷା 2017 ମସିହା ଜୁନମାସ 4 ତାରିଖରେ କରାଯାଇଥିଲା । କ୍ଷେପଣାସ୍ତ୍ରର ବିକଶିତ କରାଯାଇଥିବା ଲକ୍ଷ୍ୟଭେଦ ପରିସୀମାକୁ ଆଜିର ଅଷ୍ଟମ ପରୀକ୍ଷାରେ ଯାଞ୍ଚ କରାଯାଇଥିବା କୁହାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ କ୍ୱିକ ରିଆକ୍ସନ ସରଫେସ୍ ଟୁ ଏୟାର ମିଜାଇଲକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇ ଆସୁଛି । ଏହାକୁ ଭାରତ ଇଲେକ୍ରୋନିସ୍ ଲିଃ ଏବଂ ଭାରତ ଡାଇନାମିକ ଲିଃ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ଭାରତୀୟ ସେନା ସୁରକ୍ଷା ଏବଂ ଦେଶର ସାମରିକ ଶକ୍ତି ବିକଶିତ କରିବା ପାଇଁ ଏହାର ନିର୍ମାଣ କରାଯାଇଥାଏ ।

Leave a Reply