ମେଡିକାଲ ବେଡରେ ଫାଟିଲା ମୋବାଇଲ୍, ଅଳ୍ପକେ ବର୍ତ୍ତିଲେ ରୋଗୀ

1 min read
Mobile Blast In Medical Bed Keonjhar

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ୱାର୍ଡରେ ମୋବାଇଲ ବିସ୍ଫୋରଣ ହୋଇଛି । ଟ୍ୟୁମର ଅପରେସନ ପରେ ମନୋରମା ସାହୁ ମାତୃ ଓ ଶିଶୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ମଧ୍ୟାହ୍ନରେ ମନୋରମାଙ୍କ ମୁଣ୍ଡ ପାଖରେ ତାଙ୍କ ଝିଅ ବ୍ୟାଗ ରଖିଥିଲେ । ଯେଉଁଥିରେ ଏକ ଲେନୋଭୋ ମୋବାଇଲ୍ ଥିଲା ।

Mobile Blast In Medical Bed Keonjhar

ତେବେ, ହଠାତ୍ ମୋବାଇଲଟି ଫାଟି ଯାଇ ଧୂଆଁ ବାହାରି ଥିଲା । ମୋବାଇଲଟି ଫାଟି ନିଆଁ ଜଳିଗଲା ପରେ ତାଙ୍କ ଝିଅ ନିକଟରେ ଥିବା ବାଥରୁମକୁ ମୋବାଇଲ ଫିଙ୍ଗି ଦେଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ତେବେ, କାହିଁକି ଫାଟେ ମୋବାଇଲ୍ ବ୍ୟାଟେରୀ । ଆସନ୍ତୁ ଜାଣିବା…

ନିର୍ମାଣଗତ ତ୍ରୁଟି: ମୋବାଇଲ୍ ଫାଟିବାର ପ୍ରଥମ କାରଣ ହୋଇପାରେ ମାନ୍ୟୁଫାକଚରିଂ ଡିଫେକ୍ଟ ବା ନିର୍ମାଣଗତ ତ୍ରୁଟି । ମୋବାଇଲରେ ବ୍ୟବହୃତ ଲିଥିୟମ୍-ଆଇଅନ୍ ବ୍ୟାଟେରୀ ଯୋଗାଣ ପୂର୍ବରୁ ଟେଷ୍ଟ କରାଯାଇଥାଏ । ବ୍ୟାଟେରୀ ନିର୍ମାଣରେ ଗୋଟିଏ ତ୍ରୁଟି ବିସ୍ଫୋରଣ କରିଦିଏ । ଅତ୍ୟଧିକ ତାପମାତ୍ରା, ଅତ୍ୟଧିକ ଚାର୍ଜ ଓ ନିମ୍ନମାନର ବ୍ୟାଟେରୀ ବିସ୍ଫୋରଣ ହେବାର ଅଧିକ ଆଶଙ୍କା ଥାଏ ।

ବ୍ୟାଟେରୀକୁ କ୍ଷତି ପହଞ୍ଚିଲେ: ବ୍ୟାଟେରୀ ବିସ୍ଫୋରଣ ଦ୍ୱିତୀୟ କାରଣ ହେଉଛି ବ୍ୟାଟେରୀକୁ କ୍ଷତି ପହଞ୍ଚିବ । ପ୍ରାୟତଃ ହାତରୁ ମୋବାଇଲ୍ ଖସି ପଡ଼ିଥାଏ । ଏହାଦ୍ୱାରା ବ୍ୟାଟେରୀକୁ କ୍ଷତି ପହଞ୍ଚିପାରେ । ଏହାଦ୍ୱାରା ବ୍ୟାଟେରୀର ଯାନ୍ତ୍ରିକ କିମ୍ବା ରାସାୟନକି ଗଠନ ବଦଳିଯିବା ଫଳରେ ସର୍ଟସର୍କିଟ, ଓଭରହିଟିଂ ହୋଇ ବିସ୍ଫୋରଣ ଘଟିଥାଏ ।

ଅନ୍ୟ ଚାର୍ଜରର ବ୍ୟବହାର: ଆମେ ପ୍ରାୟତଃ ଯେ କୌଣସି ଚାର୍ଜରରେ ମୋବାଇଲ୍ ଚାର୍ଜିଂ କରି ଦେଉ । ତେବେ, ଅନ୍ୟ ଚାର୍ଜରରେ ଚାର୍ଜିଂ କରିବା ବ୍ୟାଟେରୀ ପାଇଁ ବିପଦ । ହ୍ୟାଣ୍ଡସେଟର ଆବଶ୍ୟକତା ଅନୁସାରେ ଚାର୍ଜରରେ ଚାର୍ଜ ନକଲେ ବ୍ୟାଟେରୀ ଗରମ ହୋଇଯାଏ । ଏହାଦ୍ୱାରା ବ୍ୟାଟେରୀରେ ଥିବା ଉପାଦାନ ନଷ୍ଟ ହୋଇଯାଇ ଥାଏ ।

ରାତିସାରା ଚାର୍ଜ: ବ୍ୟାଟେରୀ ବିସ୍ଫୋରଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି- ସାରା ରାତି ମୋବାଇଲକୁ ଚାର୍ଜରେ ବସାଇବା । ଏମିତି ଅନେକ ଲୋକ ଯେଉଁମାନେ ସକାଳେ ଅଫିସ୍ କିମ୍ବା କୌଣସି କାମ ବାହାନାରେ ରାତି ସାରା ମୋବାଇଲକୁ ଚାର୍ଜରେ ବସାଇ ଶୋଇପଡ଼ନ୍ତି । ଫଳରେ ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଚାର୍ଜ ହୋଇ ଗରମ ହୋଇଯାଏ । ଓଭର ଚାର୍ଜିଂ ଫଳରେ ସର୍ଟ ସର୍କିଟ୍ ହୋଇ ବିସ୍ଫୋରଣ ଘଟେ ।

ପ୍ରୋସେସର ଓଭରଲୋଡ୍: ପ୍ରାୟତଃ ଆମେ ଫୋନରେ ଏକ ସମୟରେ ଏକାଧିକ ଆପ୍ଲିକେସନ୍ ବ୍ୟବହାର କରୁ । ଫଳରେ ବ୍ୟାଟେରୀ ଗରମ ହୋଇଯାଏ । ଏଥିପାଇଁ ପ୍ରାୟ ମୋବାଇଲରେ ଥର୍ମାଲ ଲକ୍ ରହିଛି । ତେବେ, ଏହା ବେଳେବେଳେ କାମ କରେନାହିଁ । ଫଳରେ ମୋବାଇଲ୍ ବ୍ୟାଟେରୀ ଫାଟି ଯାଏ ।

କାରରେ ଫୋନ୍ ଛାଡ଼ିଦେବା: ଅତ୍ୟଧିକ ଉତ୍ତାପ ବ୍ୟାଟେରୀକୁ ନଷ୍ଟ କରିପାରେ । ତେଣୁ, ହ୍ୟାଣ୍ଡସେଟକୁ ଏକ ଗରମ କାରରେ ନ ରଖିବା ଏବଂ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସିଧାସଳଖ ସୂର୍ଯ୍ୟ କିରଣ ତଳେ ରଖିପାରିବେ ।

ପାଣି ସଂସ୍ପର୍ଶରେ ବ୍ୟାଟେରୀ ଆସିବା: ବ୍ୟାଟେରୀ ପାଣି ସଂସ୍ପର୍ଶରେ ଆସିଲେ ବିସ୍ଫୋରଣ ଘଟେ । ତେଣୁ, ଫୋନକୁ ଯଥାସମ୍ଭବ ପାଣି ଠାରୁ ଦୂରେଇ ରଖନ୍ତୁ ।

ଏସବୁ ଛଡ଼ା ଆପଣ ବ୍ୟବହାର କରୁଥିବା କମ୍ପାନୀର ମୋବାଇଲ୍ ଅନୁଯାୟୀ ନିର୍ଦ୍ଧାରିତ ଚାର୍ଜର ଓ ବ୍ୟାଟେରୀ ବ୍ୟବହାର କରନ୍ତୁ । ବ୍ୟାଟେରୀ ଗରମ ଥିବାବେଳେ ଚାର୍ଜିଂ କରନ୍ତୁ ନାହିଁ । ଏପରିକି ଫୋନ୍ ହିଟ୍ ଥିବାବେଳେ ବ୍ୟବହାର କରନ୍ତୁ ନାହିଁ ।

Leave a Reply