ବୋହୂର ହାତଗୋଡ଼ ବାନ୍ଧି ଡୋଲିରେ ଫିଙ୍ଗିବା ଘଟଣା, ଶାଶୁ-ଶ୍ୱଶୂର ଗିରଫ

Woman Tortured By In Laws In Ganjam

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମଙ୍ଗରାଜପୁର ଡାଙ୍ଗିସାହିରେ ବୋହୂଙ୍କୁ ଡୋଲିରେ ବାନ୍ଧି ପକାଇବା ସହ ନିର୍ଯାତନା ମାମଲା । ଶାଶୂ, ଶ୍ୱଶୁରଙ୍କୁ ଗିରଫ କଲା ପୋଲିସ । ଏନେଇ ବୁଗୁଡ଼ା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ନବବଧୂକୁ ନିଶା ଶୁଂଘାଇ ମାଡ଼ମାରି, ହାତ ଗୋଡ଼ ବାନ୍ଧି ଡୋଲିରେ ଫିଙ୍ଗି ଦେଇଥିଲେ ଶାଶୂଘର ଲୋକ। ଗୁରୁତର ଅବସ୍ଥାରେ ସାରା ରାତି ଡୋଲି ଭିତରେ ପଡ଼ିରହି ସେ ଅସହ୍ୟ କଷ୍ଟ ପାଇଥିଲେ। ସୋମବାର ସକାଳେ ନବବଧୂଙ୍କ ପରିବାର ଲୋକ ଓ ଗାଁଲୋକ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ନିଜ ଝିଅ ହୋଇଥିଲେ କଣ ଏମିତି କରିଥାନ୍ତେ ଶାଶୂ । ନା ଜନ୍ମକଲା ଝିଅକୁ ମାଡ଼ମାରି ହାତଗୋଡ଼ ବାନ୍ଧିବା ପରେ ଡୋଲିରେ ଏମିତି ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇଥାନ୍ତେ ଶ୍ୱଶୁର । ଶାଶୂଘର ଲୋକ କେତେ ଯେ ନିର୍ଦ୍ଦୟ ହୋଇପାରନ୍ତି, ତା’ର ପ୍ରମାଣ ଦେଇଛନ୍ତି ମଙ୍ଗରାଜପୁର ଡାଙ୍ଗିସାହିର ଏହି ପରିବାର । ମାତ୍ର ଆଠ ମାସ ତଳେ ବୋହୂ କରି ଆଣିଥିଲେ ପରିବାର ଲୋକ । ବିବାହ ପରଠୁ ନବବଧୂଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ ।

 

Leave a Reply