MSP ମୂଲ୍ୟ ଘୋଷଣା:ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୧୮୬୮ ଟଙ୍କା, ଗହମ ମୂଲ୍ୟ ୧୯୭୫ ଟଙ୍କାକୁ ବୃଦ୍ଧି

1 min read

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରବି ଫସଲ ପାଇଁ ସୋମବାର ବିଭିନ୍ନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରାଯାଇଛି । କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କ୍ୟାବିନେଟ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ଗହମର କ୍ୱିଣ୍ଟାଲ ପିଛା ଏମଏସପି ୧୯୭୫ ଟଙ୍କା, ଧାନ ୧୮୬୮ ଟଙ୍କା, ମସୁର ୫୧୦୦ ଟଙ୍କା, ବିରିଡାଲି ୬୦୦୦ ଟଙ୍କା, ମୁଗ ଡାଲି ୭୧୯୦ ଟଙ୍କା, ହରଡ ଡାଲି ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସୋରିଷର କ୍ୱିଣ୍ଟାଲ ପିଛା ମୂଲ୍ୟ ୪୬୫୦ ଟଙ୍କା, ବୁଟ(ଗ୍ରାମ) ଜାତୀୟ ଡାଲି ଶସ୍ୟର କ୍ୱିଣ୍ଟାଲ ପିଛା ୫୧୦୦ ଟଙ୍କା ଏବଂ ଚିନାବାଦାମର ୫୨୭୫ ଟଙ୍କା ମୂଲ୍ୟର ଏମଏସପି ସ୍ଥିର କରାଯାଇଛି ।

ଗତକାଲି ବହୁ ଚର୍ଚ୍ଚିତ ୨ଟି କୃଷି ବିଲକୁ ଜାତୀୟ ରାଜନୀତି ସରଗରମ ରହିଥିଲା । ଯେଉଁ ଢଙ୍ଗରେ ରାଜ୍ୟ ସଭାରେ ବିଧେୟକଗୁଡିକ ଗୃହୀତ କରାଗଲା, ତାହାକୁ ବିରୋଧୀମାନେ କଡା ସମାଲୋଚନା କରିଥିଲା । ବିଶେଷ କରି ଏହି ବିଲ୍ ଆଇନରେ ପରିଣତ ହେଲେ ଚାଷୀ ପାଇଁ ଧାର୍ଯ୍ୟ କରାଯାଇ ଆସୁଥିବା ଏମଏସପି ଉପରେ ପ୍ରଭାବ ପଡିବ ବୋଲି ଅଭିଯୋଗ ହୋଇଥିଲା । ତେଣୁ କେନ୍ଦ୍ର ସରକାର ଏକ ରକ୍ଷଣାତ୍ମକ ରଣକୌଶଳ ଆପଣାଇ ବିଭିନ୍ନ ଶସ୍ୟର ଏମଏସପି ବୃଦ୍ଧି କରିଥିବା ଜଣାପଡିଛି ।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୃଷି ଏବଂ କୃଷକଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ନୂଆ କୃଷି ଆଇନ କୃଷକଙ୍କ ସ୍ୱାର୍ଥ ରକ୍ଷା କରିବ । ଏ ସମ୍ବଦ୍ଧୀୟ ତଥ୍ୟ ପ୍ରଦାନରେ ବିରୋଧୀମାନେ ଚାଷୀ ବିରୋଧୀ କଥା କହୁଥିବା ମୋଦି କହିଥିଲେ । ଚଳିତବର୍ଷ ଚଣା ଡାଲିର କ୍ୱିଣ୍ଟାଲ ପିଛା ମୂଲ୍ୟ ୮.୩ ପ୍ରତିଶତ, ସୋରିଷର ୭ ପ୍ରତିଶତ ଏବଂ ଗହମର ଏମଏସପି ୫.୩ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଗହମ ଉତ୍ପାଦନର ପରିମାଣ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଛି ।

 

Leave a Reply