ଶପଥ ନେଲେ ବାଇଡେନ-ହାରିସ, ଶୁଭେଛା ଜଣାଇଲେ ମୋଦି

1 min read

ନୂଆଦିଲ୍ଲୀ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋସେଫ ଆର. ବାଇଡେନ । ତାଙ୍କ ସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ ମଧ୍ୟ ୪୯ତମ ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୂତନ କରି ଶପଥ ନେଇଥିବା ବିଶ୍ବର ଶକ୍ତିଶାଳୀ ଦେଶର ଦୁଇ ନେତାଙ୍କୁ ଶୁଭେଛା ବାର୍ତ୍ତା ଜଣାଇନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଟ୍ବିଟର ଜରିଆରେ ଜୋ ବାଇଡେନଙ୍କୁ ଶୁଭେଛା ଜଣାଇବା ସହ ଆମେରିକାର ଅତ୍ୟଧିକ ପ୍ରଗତି ନେଇ ଆଶାବାଦୀ ଥିବା ଉଲ୍ଲେଖ କରିଛନ୍ତି । ସେହିପରି ଆମେରିକାରେ ପୁନର୍ବାର ଶାନ୍ତି ଫେରିବ ଏବଂ ଭାରତ-ଆମେରିକା ସଂପର୍କ ଆହୁରି ଶକ୍ତ ହେବା ନେଇ ପ୍ରଧାନମନ୍ତ୍ରୀ ଆଶାବାଦୀ ଥିବା ଉଲ୍ଲେଖ କରିଛନ୍ତି ।

୭୮ ବର୍ଷୀୟ ଡେମୋକ୍ରାଟ ଜୋସେଫ ଆର. ବାଇଡେନଙ୍କ ସହ ୫୬ ବର୍ଷୀୟ କମଲା ହାରିସ ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍‌ ରବର୍ଟସ୍‌ ବାଇଡେନଙ୍କୁ ଶପଥପାଠ କରାଇଥିବା ବେଳେ କମଳା ହାରିସଙ୍କୁ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟୋମେୟର ଶପଥପାଠ କରାଇଥିଲେ।

Leave a Reply