ନୂଆ ଶିକ୍ଷାନୀତି ନେଇ ରାଜ୍ୟପାଳଙ୍କ ସମ୍ମିଳନୀ, ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତିକୁ ନେଇ ଚର୍ଚ୍ଚା । ଭିଡିଓ କନଫରେସିଂ ମାଧ୍ୟମରେ ଶିକ୍ଷାନୀତି ୨୦୨୦ ଉପରେ ଚାଲିଛି ଆଲୋଚନା । ରାଜ୍ୟପାଳଙ୍କ ଆୟୋଜିତ ଏହି ସମ୍ମିଳନୀରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ସମସ୍ତ ରାଜ୍ୟର ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟର କୂଳପତି ସାମିଲ ହୋଇଛନ୍ତି ।

ଦେଶରେ ଲାଗୁ ହୋଇଥିବା ନୂଆ ଶିକ୍ଷାନୀତି ଉପରେ ଏଥିରେ ଆଲୋଚନା ହେଉଛି । ଦେଶରେ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି । ରାଷ୍ଟ୍ରୀୟ ଶିକ୍ଷା ନୀତି ନିର୍ମାଣରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯୋଗଦାନ ରହିବ ଗୁରୁତ୍ୱପୂର୍ଣ୍ଣ । ଯୁବପିଢୀଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହେବ ନୂଆ ଶିକ୍ଷାନୀତି । ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ । ପ୍ରାକ୍ଟିକାଲ ଶିକ୍ଷାକୁ ବେଶ ଗୁରୁତ୍ୱ ଦିଆଯିବ । ନୂଆଶିକ୍ଷା ନୀତିରେ ପ୍ରାକ୍ଟିକାଲିଟି, ପରଫରମାନ୍ସ, କ୍ରିଟିକାଲ ଆନାଲିସିସ୍ ଓ ଆସେସମେଣ୍ଟକୁ ଗୁରତ୍ୱ ଦିଆଯିବ । ଏହା ଆତ୍ମନିର୍ଭର ଭାରତ ଗଠନ ଗଢିବାରେ ସହାୟକ ହେବ ବୋଲି କହିଛନ୍ତି ମୋଦି ।

ନୂତନ ଶିକ୍ଷା ନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ନୀତି ପ୍ରସ୍ତୁତ କରିବା ସମୟରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରାଯାଇଥିଲା । ତେଣୁ ଏହି ନୀତିକୁ ସମସ୍ତେ ଆପଣେଇ ପାରିବେ । ବର୍ତ୍ତମାନ ଦେଶରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା କରାଯାଉଛି । ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକବିଂଶ ଶତାବ୍ଦୀର ଭାରତ ଗଠନ କରିବାକୁ ଯାଉଛି ।

 

Leave a Reply