ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣର ବାଇ ଲ, ୧୦୦ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା

ପୁରୀ: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ ପ୍ରସ୍ତୁତ କରିଛନ୍ତି ଜାତୀୟ ସ୍ମାରକୀ ପ୍ରାଧୀକରଣ । ଏହି ବାଇଲ ରେ ଶ୍ରୀମନ୍ଦିରକୁ ଲାଗିକରି ୧୦୦ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏଥିସହ ନିଷିଦ୍ଧାଞ୍ଚଳ ଠାରୁ ୨୦୦ମିଟର ଅଂଚଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି । ନିଷିଦ୍ଧା ଅଂଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବା ନେଇ ବାରଣ କରାଯାଇଥିବା ବେଳେ ନିୟନ୍ତ୍ରିତ ଅଂଚଳରେ ନିର୍ମାଣ ପୂର୍ବରୁ ଅନୁମତି ନେବା ବାଧ୍ୟତା ମୂଳକ ବୋଲି ଉଲ୍ଲେଖ ରହିଛି ।

ଏପରିକି ନିୟନ୍ତ୍ରିତ ଅଂଚଳରେ ନିର୍ମାଣ ଗୁଡିକର ଉଚ୍ଚତା 9ମିଟର ମଧ୍ୟରେ ସୀମିତ ରଖିବା ନେଇ ବାଇ ଲ ରେ ଉଲ୍ଲେଖ ରହିଛି । ଏହି ପ୍ରସ୍ତାବିତ ବାଇ ଲ କୁ ନେଇ ଆପତ୍ତି ଅଭିଯୋଗ ମଗାଯାଇଛି । ଆସନ୍ତା ୧୮ତାରିଖ ମଧ୍ୟରେ ଚିଠା ବାଇ ଲ ସମ୍ପର୍କିତ ଅଭିଯୋଗ ଲୋକମାନେ ଦାଖଲ କରିପାରିବେ । ତେବେ ଏହି ଚିଠା ପ୍ରସ୍ତୁତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ କୌଣସି ମତାମତ ଲୋଡ଼ା ଯାଇନଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି । ସେପଟେ ଏଭଳି ପ୍ରସ୍ତାବିତ ବାଇ ଲକୁ ନେଇ ସେବାୟତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏଭଳି ଚିଠା ପ୍ରସ୍ତୁତ କରିବା ପୂର୍ବରୁ ଆଲୋଚନା କରିବା ଦରକାର ଥିଲା ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେବାୟତ ।

Leave a Reply