ସର୍ବଧର୍ମ ବେଦ ମନ୍ତ୍ରରେ ଶେଷ ହେଲା ନୂତନ ସଂସଦ ଭବନର ଭୂମି ପୂଜନ

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ରାଜଧାନୀରେ ନିର୍ମାଣ ହେବାକୁ ଯାଉଥିବା ବହୁ ପ୍ରତିକ୍ଷୀତ ଏହି ନୂତନ ଅଟ୍ଟାଳିକାରେ ଆଧାର ଶିଳା ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଧର୍ମର ଧର୍ମଗୁରୁଙ୍କ ସମୁହ ବେଦ ପାଠ ସାଙ୍ଗକୁ ବିଶ୍ୱର ତମାମ ଦେଶର ବାଚସ୍ପତିଙ୍କ ଭର୍ଚୁଆଲ ଉପସ୍ଥିତିରେ ମଧ୍ୟରେ ଶେଷ ହୋଇଛି ଭୂମି ପୂଜନ କାର୍ଯ୍ୟ ।

ଭୂମି ପୂଜନ ପରେ ଅଭିବାଦନ ଦେବା ଅବସରରେ ମୋଦି କହିଛନ୍ତି, ଆଜିର ଲୋକତନ୍ତ୍ର ଦେଶର ଗଣତାନ୍ତ୍ରିକ ଇତିହାସରେ ମାଇଲଖୁଣ୍ଟ । ଆମ ସଭିଙ୍କର ପୂଜ୍ୟ ମନ୍ଦିର । ସେଥିପାଇଁ ଦେଶର ଦାୟିତ୍ୱ ନେବା ପୂର୍ବରୁ ପ୍ରଥମେ ଏହି ମନ୍ଦିରର ମାଟି ମୁଣ୍ଡରେ ମାରିଥିବା କହିଛନ୍ତି ମୋଦି । ତେଣୁ ଦେଶର ଗଣତାନ୍ତ୍ରିକ ମନ୍ଦିରକୁ ନୂଆ ରୂପ ଦେବାକୁ ଏ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦେଶ ନୂଆ ସଂସଦ ଦେଖିବ ।

୬୦ ହଜାର ସ୍କୋୟାର ମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଥିବା ବେଳେ, ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଶେଷ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଲାଟେଷ୍ଟ ଟେକ୍ନୋଲୋଜରେ ନିର୍ମାଣ ହେବାକୁ ଯାଉଥିବା ଏହି ସଂସଦ ଭବନର କାର୍ଯ୍ୟ ଟାଟା କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ସର୍ବଧର୍ମ ପୂଜା ପାଠ ମଧ୍ୟରେ ଆଜି ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply