ହେବନି ନୂଆବର୍ଷ ସେଲିବ୍ରେସନ୍ ଆଜି ରାତିରୁ ଆରମ୍ଭ ହେବ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଏଥର କୋଭିଡ୍ କଟକଣା ପାଇଁ ଦିଲ୍ଲୀରେ ହେବନି ନୂଆବର୍ଷ ସେଲିବ୍ରେସନ୍‌ । ଆଜି ରାତି ୧୧ ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । କରୋନା କଟକଣା ପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବାରଣ କରାଯାଇଛି । ୨୦ ଜଣଙ୍କଠାରେ ୟୁକେ କରୋନା ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ନୂଆ ବର୍ଷ ପାଳନ ନେଇ କଟକଣା ଜାରି କରିବାକୁ କୁହାଯାଇଛି ।

ସର୍ବ ସାଧାରଣ ସ୍ଥାନରେ ସେଲିବ୍ରେସନ୍ ଓ ଏକତ୍ରିକରଣ ମନା କରାଯାଇଛି । ଏକାଠି ହୋଇପାରିବେନି ୫ରୁ ଅଧିକ ଲୋକ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ  ପକ୍ଷରୁ ଏହି ଗାଇଡ଼ଲାଇନ ଜାରି କରାଯାଇଛି । ରାତି ୧୧ଟା ପରଠାରୁ କୌଣସି ଉତ୍ସବ, ସମାବେଶ ଆଦି ନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ଜିଲା ପ୍ରଶାସନକୁ ଏନେଇ ସଜାଗ କରାଯାଇଛି ।

ସେପଟେ ମୁମ୍ବାଇ ବି ଆଜି ରାତି ୧୧ଟା ପରେ ଜନସମାଗମ, ନିଉ ଇୟର ପାର୍ଟି ଉପରେ ରୋକ ଲଗାଇଲା ମୁମ୍ବାଇ ପୋଲିସ । କଟକଣା ଠିକ୍‌ରେ ପାଳନ ହେଉଛି କି ନାହି, ତା’ ଉପରେ ନଜର ରଖିବାକୁ ମ୍ୟୁନିସିପାଲିଟି ଏରିଆରେ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏହାଛଡ଼ା ୮ଟି ଡ୍ରୋନ୍‌ ସାହାଯ୍ୟରେ ଏ ସବୁ ଉପରେ ନଜର ରଖିବ ମୁମ୍ବାଇ ପୋଲିସ ।

Leave a Reply