‘ମିର୍ଜାପୁର’ ୱେବ ସିରିଜ ଦେଖି ହତ୍ୟାକାଣ୍ଡ ରଚିଥିବା ସ୍ୱୀକାର କଲା ଅଭିଯୁକ୍ତ ତୌସିଫ

1 min read

ଫରିଦାବାଦ: ବଲ୍ଲଭଗଡ଼ର ନିକିତା ହତ୍ୟାକାଣ୍ଡର ଅଭିଯୁକ୍ତ ତୌସିଫ ପୋଲିସ ହେପାଜତରେ ଏହା ସ୍ୱୀକାର କରିଛି ଯେ, ସେ ୱେବ ସିରିଜ ‘ମିର୍ଜାପୁର’ ଦେଖିବା ପରେ ହିଁ ନିକିତାଙ୍କୁ ହତ୍ୟା କରିବା ଯୋଜନା କରିଥିଲେ । ଏହି ସିରିଜ ଯେ, ମୁନ୍ନା ଭୈୟା ( ଦିବ୍ୟେନ୍ଦୁ ଶର୍ମା) ମଧ୍ୟ ଏକତରଫା ପ୍ରେମରେ ବିଫଳ ହୋଇ ସ୍ୱିଟି ନାମକ ଝିଅକୁ ଗୁଳି କରିଥିଲା, ଯେଉଁଥିରେ ତାର ମୃତ୍ୟୁ ହୋଇଥିଲା ।

ଫରିଦାବାଦ ଜିଲ୍ଲାର ବଲ୍ଲଭଗଡ଼ରେ ସୋମବାର ଦିନ ପରୀକ୍ଷା ଦେଇ ଫରୁଥିବା ୨୧ ବର୍ଷିୟ ନିକିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ନୁହର କଂଗ୍ରେସ ବିଧାୟକ ଅଫତାବ ଅହମଦଙ୍କ ଦାଦା ପୁଅ ତୌସିଫଙ୍କ ଉପରେ ଲାଗିଲା ହତ୍ୟା ଅଭିଯୋଗ । ତେବେ ପୋଲିସ ହିପାଜତରେ ଥିବା ତୌସିଫ ସ୍ୱୀକାର କରିଛନ୍ତି ଯେ, ସେ ୱେବ ସିରିଜ ମିର୍ଜାପୁର ଦେଖିବା ପରେ ନିକିତାଙ୍କ ହତ୍ୟା ପ୍ଲାନ କରିଥିଲେ ।

ସୂଚନା ଅନୁଯାୟୀ, ତୌସିଫର ନିକିତାଙ୍କୁ ବିବାହ କରିବାକୁ ଚାହୁଥିଲେ । ସେଥିପାଇଁ ସେ ନିକିତାଙ୍କୁ ନେବା ପାଇଁ ତାଙ୍କ କଲେଜ ବାହାରେ ଠିଆ ହୋଇଥିଲେ । ନିକିତା କଲେଜରୁ ବାହାରିବା ପରେ ତୌସିଫ ତାଙ୍କୁ ଜବରଦସ୍ତି କାରରେ ନେଇଯିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଯେତେବେଳେ ନିକିତା ଏହାକୁ ବିରୋଧ କରିବାକୁ ଲାଗିଲେ, ସେତେବେଳେ ଅଭିଯୁକ୍ତ ନିକିତାଙ୍କୁ ଗୁଳି କରି ହତ୍ୟା କରିଥିଲା ।

ଯାଞ୍ଚ ପାଇଁ SIT ଗଠନ

ଏହା ପୂର୍ବରୁ ଗୁରୁବାର ନିକିତା ହତ୍ୟାକାଣ୍ଡର ଯାଞ୍ଚ କରିବା ପାଇଁ SIT ଗଠନ କରାଯାଇଛି । ପୋଲିସ କମିଶନର ଓପି ସିଂହ DCPଙ୍କ ତତ୍ତ୍ୱାବଧାନରେ SIT ଗଠନ କରିଛନ୍ତି । ACP ଅନିଲ ଯାଦବ SITର ଅଧ୍ୟକ୍ଷ ରହିବେ ଏବଂ ଏହି ଟିମରେ ୪ ଜଣ ସାମିଲ କରିବେ ।

Leave a Reply