ବିହାରର ବିରଳ କ୍ୟାବିନେଟ୍: ପ୍ରଥମ ଥର ପାଇଁ କ୍ୟାବିନେଟ୍ ହେଲା ମୁସଲିମ୍ ଶୂନ୍ୟ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ଏଥର ମୁସଲିମ ସମ୍ପ୍ରଦାୟରୁ କେହିବି ମନ୍ତ୍ରୀ ରହିବେ ନାହିଁ  । ଦେଶ ସ୍ୱାଧୀନ  ହେବା ପରେ ବିହାର ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି  । ପୂର୍ବରୁ ବିହାର କ୍ୟାବିନେଟରେ ଅତିକମରେ ମୁସଲିମ ସମ୍ପ୍ରଦାୟରୁ ଜଣେ ହେଲେ ବି ମନ୍ତ୍ରୀ ପଦ ପାଇଥାନ୍ତି  । ହେଲେ ଏଥର ସାମାନ୍ୟ ବିଚ୍ୟୁତି ଦେଖିବାକୁ ମିଳିଛି  ।

ଗତ କ୍ୟାବିନେଟରେ ଜେଡିୟୁର ଫିରୋଜ ଅହମ୍ମଦ ସଂଖ୍ୟାଲଘୁ ଜନକଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ  । କିନ୍ତୁ ଏଥର ସେ ନିର୍ବାଚନ ହାରିଯାଇଛନ୍ତି  । ସେପଟେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ କୌଣସି ବି ନେତା ଏଥର ବିଧାନସଭା ନିର୍ବାଚନରେ ଜିତି ନଥିବାରୁ ମନ୍ତ୍ରୀ ପଦ ଦିଆଯାଇନଥିବା କୁହାଯାଉଛି । ଏନଡିଏରେ ସାମିଲ ଦଳରେ ମଧ୍ୟ କୌଣସି ବିଧାୟକ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ନାହାନ୍ତି ।

ଏନଡିଏ ପକ୍ଷରୁ ସୀମାଞ୍ଚଳରେ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥିଲେ ମଧ୍ୟ କେହି ଜିତିପାରିନାହାନ୍ତି  । ସେହି ଅଞ୍ଚଳରେ ଅସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ ୫ଟି ଯାକ ଆସନରେ ବିଜୟ ହାସଲ କରିଛନ୍ତି  ।

Leave a Reply