କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି

1 min read

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ଉତ୍ପାଦକ କମ୍ପାନୀ ସିରମ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଅଦାର ପୁନାୱାଲା ବଡ଼ ମନ୍ତବ୍ୟ ଦେଇଛନ୍ତି । ୨୦୨୪ ଯାଏଁ ସମସ୍ତଙ୍କୁ ଭ୍ୟାକ୍ସିନ୍ ମିଳିପାରିବ ନାହିଁ । ଦୁନିଆରେ ଥିବା ଲୋକ ସଂଖ୍ୟା ଅନୁସାରେ ସେହି ପରିମାଣରେ ଭ୍ୟାକ୍ସିନ୍ ଉତ୍ପାଦନ ହୋଇପାରିବ ନାହିଁ । ପୁନାୱାଲା ଭାରତର ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ୍ ମିଳିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ନିର୍ମାଣକାରୀଙ୍କ ଏତେ କ୍ଷମତା ନାହିଁ ଯେ କମ୍ ସମୟରେ ଦୁନିଆର ସମସ୍ତଙ୍କ ପାଇଁ ଭ୍ୟାକ୍ସିନ୍ ଉତ୍ପାଦନ କରାଯାଇ ପାରିବ ।

Not Enough Coronavirus Vaccine Until 2024 Serum Institute India

ଅଦାର ପୁନାୱାଲା କହିଛନ୍ତି- ‘ପୃଥିବୀର ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ୪ରୁ ୫ ବର୍ଷ ଲାଗିଯିବ ।’ ଯଦି ପ୍ରତି ବ୍ୟକ୍ତିଙ୍କୁ ଭ୍ୟାକ୍ସିନର ୨ଟି ଡୋଜ୍ ଦରକାର ହୁଏ ତ ଦୁନିଆ ପାଇଁ ୧୫ ଅରବ ଡୋଜ୍ ଭ୍ୟାକ୍ସିନର ଆବଶ୍ୟକତା ପଡ଼ିବ ।

Not Enough Coronavirus Vaccine Until 2024 Serum Institute India

ଭାରତର ୧.୪ ଅରବ ଲୋକଙ୍କ ପାଖରେ ଭ୍ୟାକ୍ସିନ୍ ପହଞ୍ଚାଇବାକୁ ନେଇ ଅଦାର ପୁନାୱାଲା ଚିନ୍ତା ପ୍ରକାଶ କରିଛନ୍ତି । କାରଣ ଦେଶରେ ଭ୍ୟାକ୍ସିନ୍ ଟ୍ରାନ୍ସପୋର୍ଟ ପାଇଁ କୋଲ୍ଡ ଚେନ୍ ସିଷ୍ଟମ ନାହିଁ । ସୂଚନାଯୋଗ୍ୟ ଯେ, ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ତାକୁ ଫ୍ରିଜରରେ ରଖାଯାଏ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ କୋଲ୍ଡ ଚେନ୍ ସିଷ୍ଟମ ଦରକାର ହୁଏ । ସେ ଆହୁରି କହିଛନ୍ତି- ‘ମୁ ଏବେ ବି ଭାବି ପାରୁନାହିଁ ଯାହାଦ୍ୱାରା ୪୦ କୋଟି ଭାରତୀୟଙ୍କ ପାଖରେ ଭ୍ୟାକ୍ସିନ୍ ପହଞ୍ଚିପାରିବ ।’

Not Enough Coronavirus Vaccine Until 2024 Serum Institute India

ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଭ୍ୟାକ୍ସିନ୍ ଉତ୍ପାଦନ ପାଇଁ ୫ଟି ଅନ୍ତରାଷ୍ଟ୍ରୀୟ କମ୍ପାନୀ ସହିତ ଚୁକ୍ତିନାମା କରିଛି । ଯେଉଁଥିରେ ଆଷ୍ଟ୍ରଜେନେକା ଓ ନୋଭାଭାକ୍ସ ଭଳି କମ୍ପାନୀ ରହିଛନ୍ତି । ସିରମ ଇନଷ୍ଟିଚ୍ୟୁଟ୍ ଏକ ଅରବ ଭ୍ୟାକ୍ସିନ୍ ଡୋଜ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଉତ୍ପାଦନର ଅଧା ଭ୍ୟାକ୍ସିନ୍ ଭାରତକୁ ମିଳିବ ।

Not Enough Coronavirus Vaccine Until 2024 Serum Institute India

ଅଦାର ପୁନାୱାଲା କହିଛନ୍ତି- ଭ୍ୟାକ୍ସିନ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଣ୍ଟ ଫଣ୍ଡ, ଆବୁଧାବି ଇନଭେଷ୍ଟମେଣ୍ଟ ହୋଲ୍ଡିଂ କମ୍ପାନୀ ଓ ଆମେରିକା ପ୍ରାଇଭେଟ୍ ଇକ୍ୱିଟି ଫର୍ମ ସହ ୬୦୦ ମିଲିୟନ୍ ଡଲାର ସଂଗ୍ରହ ପାଇଁ କଥାବାର୍ତ୍ତା ଚାଲିଛି ।

Leave a Reply