ଦିନକର ଛୁଆର ବି ହୋଇପାରିବ ଆଧାର କାର୍ଡ, ଜାଣନ୍ତୁ ପ୍ରକ୍ରିୟା

1 min read
Now, get Aadhaar card for your 1-day-old child, check the procedure here

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିକାର ଜୀବନର ଏକ ଅଭିନ୍ନ ଅଙ୍ଗ । ଏକାଧିକ କାମ ପାଇଁ ଆମେ ଆଧାର କାର୍ଡ ଉପଯୋଗ କରୁ । ବ୍ୟାଙ୍କ ଆକାଉଣ୍ଟ ଓପନିଂ ହେଉ ଅବା ବିଦ୍ୟାଳୟରେ ନାମଲେଖା ଅଥବା ଘର କିଣିବା ସବୁଠୁ ଆଧାର ଲୋଡ଼ା । ଆମ ଜୀବନରେ ଆଧାରର ଆବଶ୍ୟକତା ନାହିଁ ବୋଲି କହିପାରିବା ନାହିଁ । ଆଧାର କାର୍ଡ ଏକାଧିକ କାର୍ଯ୍ୟରେ ବ୍ୟବହାର ହେଉଛି । ଏପରିକି ଆପଣ କୌଣସି ସରକାରୀ ଯୋଜନାର ଲାଭ ଉଠାଇବାକୁ ଆଧାର ଆବଶ୍ୟକ ।

Now, get Aadhaar card for your 1-day-old child, check the procedure here

ଯଦି ଆପଣ ଏବେ ଏବେ ବାପା,ମାଆ ହୋଇଛନ୍ତି ତା’ହେଲେ ଆପଣ ଆପଣଙ୍କ ଛୁଆ ଲାଗି ବିନା ଦ୍ୱିଧାରେ ଆଧାର କାର୍ଡ ତିଆରି କରିପାରିବେ । ଏଥିପାଇଁ ଏବେ ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଅନୁମତି ଦେଇଛନ୍ତି । ପୂର୍ବରୁ UIDAI ୫ ବର୍ଷ ବୟସ୍କରୁ ଅଧିକ ଛୁଆଙ୍କୁ ଆଧାର କାର୍ଡ ଇସ୍ୟୁ କରୁଥିଲା । ଯାହାକୁ ବାଲ୍ ଆଧାର କାର୍ଡ କୁହାଯାଏ ।

UIDAI ଅନୁସାରେ, ଦିନକର ଛୁଆ ଲାଗି ମଧ୍ୟ ଆଧାର କାର୍ଡ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ହସ୍ପିଟାଲରୁ ଜନ୍ମ ସାର୍ଟିଫିକେଟ୍ ଆଣିବାକୁ ପଡ଼ିବ । ଏହାପରେ ଛୁଆର ଆଧାର ଲାଗି ପିତା କିମ୍ବା ମାତାଙ୍କ ଆଧାର କାର୍ଡ ଦେବାକୁ ପଡ଼ିବ । ଅନେକ ହସ୍ପିଟାଲ ନବଜାତଙ୍କ ଆଧାର କାର୍ଡ ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ଆଧାର କାର୍ଡ ପାଇଁ ନବଜାତର ବାୟୋମେଟ୍ରିକ ନିଆଯିବ ନାହିଁ । କାରଣ ଛୁଆର ବାୟୋମେଟ୍ରିକ ତଥ୍ୟ ୫ ବର୍ଷ ପରେ ପରିବର୍ତ୍ତନ ହୋଇଥାଏ ।

କେମିତି ନବଜାତ ପାଇଁ ଆଧାର ଆବେଦନ କରିବେ ?

  • ଛୁଆର ଜନ୍ମ ପ୍ରମାଣପତ୍ର ସହ ବାପା କିମ୍ବା ମାଆଙ୍କ ଆଧାର କାର୍ଡ ଥିବା ଦରକାର ।
  • UIDAI ୱେବସାଇଟ୍ https://uidai.gov.in/my-aadhaar/get-aadhaar.html କ୍ଲିକ୍ କରନ୍ତୁ ।
  • ଏହାପରେ ଆଧାର ରେଜିଷ୍ଟ୍ରେସନ୍ ଲିଙ୍କରେ କ୍ଲିକ୍ କରନ୍ତୁ ।
  • ଆବେଦନ ଫର୍ମରେ ଛୁଆର ନାଁ ଲେଖନ୍ତୁ । ଏଥିସହ ଆପଣଙ୍କ ନମ୍ବର ଓ ଇମେଲ୍ ଆଇଡି ଦିଅନ୍ତୁ ।
  • ଏହାପରେ ଆପଣଙ୍କୁ ଆଧାର କାର୍ଡ ସେଣ୍ଟର ଲାଗି ଆପଏଣ୍ଟମେଣ୍ଟ ମିଳିବ ।
  • ଆଧାର କାର୍ଡ ସେଣ୍ଟରରେ ଆପଣଙ୍କୁ କାଗଜପତ୍ର ଦାଖଲ କରିବାକୁ ହେବ ।
  • କାଗଜପତ୍ର ଯାଞ୍ଚ ପରେ ଆଧାର କାର୍ଡ ମିଳିବ ।

Leave a Reply