ସିସୋର ଠକେଇ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କଲେ ଓପିଆଇଡି କୋର୍ଟ

ଭୁବନେଶ୍ୱର : ସିସୋରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି ଓପିଆଇଡି କୋର୍ଟ । ମୋଟ ଏକ କୋଟି ୮୮ ଲକ୍ଷ ୭୫ ହଜାର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରାଯାଇଛି । ଏହାସହ ୨୨୧ ଏକର ଜମି, ୪ ଗାଡି, ୧୩୮୫ ଗ୍ରାମ ସୁନା, ୨ଶହ କେଜି ରୁପାକୁ ମଧ୍ୟ ବାଜ୍ୟାପ୍ତି କରାଯାଇଛି । ମୋଟ ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି । ସ୍ପେଶାଲ କାଉନସିଲ ବିବେକା ନନ୍ଦ ଭୂୟାଁ ଏହି ସୂଚନା ଦେଇଛନ୍ତି ।

ବାଜ୍ୟାପ୍ତି ସମ୍ପତ୍ତିକୁ ପ୍ରୋପର୍ଟିରେ କନଭର୍ଟ ହୋଇଛି । ପ୍ରପର୍ଟି ଟଙ୍କାକୁ ସ୍ବଳ୍ପ ଜମାକାରୀମାନଙ୍କୁ ବଣ୍ଟା ଯିବ । ପରେ ବଡ଼ ଜମାକାରୀମାନଙ୍କୁ ଟଙ୍କା ବଣ୍ଟାଯିବ । ଏଥିପାଇଁ ସର୍ବସାଧାରଣରେ ନିଲାମ ହେବ । ସିସୋର ଇଣ୍ଡଷ୍ଟ୍ରି କରିବା ପାଇଁ ଟଙ୍କା ଡିପୋଜିଟ କରାଯାଇଥିଲା । ମୁଖ୍ୟତଃ ଅନୁଗୁଳ ଖୋର୍ଧାରେ ଜମି କିଣିବାକୁ ସିସୋର ଆବେଦନ କରିଥିଲା ।

ଆକଳନ ୭୦୦ କୋଟି ଟଙ୍କାରୁ ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ଅଳ୍ପ କିଛି ସମ୍ପତ୍ତିକୁ ବାଦ ଦିଆଯାଇଛି । ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବାପରେ ଏହା ହେଉଛି ପ୍ରଥମ ମାମଲା। ଯାହାକୁ ସ୍ୱତନ୍ତ୍ର ଅଦାଲତରେ କଟକର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ତଥା ଚିଟଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ବିଭୁତି ଭୂଷଣ ଦାସ ରୁଜୁ କରିଥିଲେ।

Leave a Reply