ବାଣ କାରଖାନାରେ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

2 min read
Odisha CM Expresses Grief On Tamil Nadu firecracker factory Tragedy

ଭୁବନେଶ୍ୱର: ତାମିଲନାଡ଼ୁ ବିରୁଧୁନଗର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି ।

ବାଣ କାରଖାନାରେ ନିଆଁ ଲାଗି ଆହତ ହୋଇଥିବା ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତାହତଙ୍କ ସମ୍ପର୍କରେ ପରିବାର ବର୍ଗଙ୍କୁ ସୂଚନା ଦେବା ଲାଗି ବ୍ୟବସ୍ଥା କରାଯାଇଛି । ଭବିଷ୍ୟତରେ ଯେଭଳି ଏଭଳି ଦୁର୍ଘଟଣା ନଘଟିବ ସେଥିପ୍ରତି ଦୃଷ୍ଟି ଦେଇ ନିୟମିତ ବ୍ୟବଧ୍ୟାନରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply