ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳବଣିଆ ହେଲିପ୍ୟାଟରେ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ । କରୋନା ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ ନବୀନ ।

କୋଭିଡ କଡକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରୁଛନ୍ତି ନବୀନ । ଏନେଇ ଟିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ନବୀନ ଉତ୍ସାହିତ ଥିବା ଟ୍ୱିଟ୍‌ରେ ଲେଖିଛନ୍ତି ନବୀନ । ସବୁ ସେହି ଲୀଳାମୟ ଜଗନ୍ନାଥ ଇଛା ବୋଲି କହିବା ସହ ଜୟ ଜଗନ୍ନାଥ ବୋଲି କହିଛନ୍ତି ।

୧୭ ଅକ୍ଟୋବର ୨୦୨୦ରେ ପୁରୀରେ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ପ୍ରୋଜେକ୍ଟର ସମୀକ୍ଷା କରି ଫେରିଥିଲେ ନବୀନ । କୋଭିଡ ପୂର୍ବରୁ ୧୬ ଜାନୁଆରୀ ୨୦୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ତାପରଠୁ ମହାପ୍ରଭୁଙ୍କ ଦର୍ଶନ କରିନଥିଲେ । ଆଜି ମହାବାହୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିବେ ନବୀନ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଓ ଗସ୍ତ ପ୍ରସ୍ତୁତିର ଯାଞ୍ଚ ଓ ତଦାରଖ କରିଛନ୍ତି ଜିଲ୍ଲାପାଳ ଓ ଏସପି ।

Leave a Reply