ରାଜ୍ୟରେ ହଜାର ତଳକୁ ଖସିଲା ଦିନିକିଆ ସଂକ୍ରମଣ, ଶହେ ତଳେ ୨୮ ଜିଲ୍ଲା

1 min read

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନଭେମ୍ବରରେ ନିୟନ୍ତ୍ରଣରେ ଆସୁଛି କରୋନା । ଦିନକରେ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତର କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏବଂ ରାଜ୍ୟରେ ସୁସ୍ଥତା ହାର ବଢିବାରେ ଲାଗିଛି । ମଙ୍ଗଳବାରରେ ସମୁଦାୟ ୯୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୫ ରହିଛି ସ୍ଥାନୀୟ ସଂକ୍ରମଣ ।

ସେହିପରି ରାଜ୍ୟର ୨୮ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ତଳେ ରହିଛି । ମଙ୍ଗଳବାର ଦିନ ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ସେହିପରି  ଅନଗୁଳରୁ ୮୬, ବାଲେଶ୍ୱରରୁ ୨୫, ବରଗଡ଼ ୩୧, ଭଦ୍ରକ ୪, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକ ୮୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨୨, ଗ଼ଞ୍ଜାମରୁ ୯, ଜଗତସିଂହପୁରରୁ ୪୫, ଯାଜପୁରରୁ ୨୭, ଝାରସୁଗୁଡ଼ାରୁ ୩୪, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୩୦, ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୭, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୮୪, ନବରଙ୍ଗପୁରରୁ ୨୨, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୪୧, ପୁରୀରୁ ୨୯, ରାୟଗଡ଼ାରୁ ୧୧, ସମ୍ୱଲପୁରରୁ ୧୭, ସୋନପୁରରୁ ୯ ଓ ଷ୍ଟେଟପୁଲରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୪୪୧କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨ହଜାର ୭୯୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୧୧ହଜାର ୬୧୦ ରହିଛି । ଏବଂ ରାଜ୍ୟରେ ସୁସ୍ଥତା ସଂଖ୍ୟା ୨ଲକ୍ଷ ୮୯ହଜାର ୬୮୯ ରହିଛି ।

Leave a Reply