ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ଆଇସୋଲେସନ୍‌ରେ ରଖାଗଲେ ସଂକ୍ରମଣ ରୋକା ଯାଇପାରିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ କଡାକଡ଼ି ପାଳନ ଉପରେ ଗୁରୁତ୍ବ ଦିଆଯାଇଛି।

ପ୍ରତି ଗାଁ ଓ ସହରରେ ମାଇକ୍‌ ଦ୍ବାରା ପ୍ରଚାର ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ନିୟମଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ କୁହାଯାଇଛି । ସେହିପରି ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ଲୋକଙ୍କ ଆରଟିପିସିଆର୍ ଟେଷ୍ଟ ଓ ହୋମ୍ ଆଇସୋଲେସନ୍ ଉପରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।

ସେହିପରି ବିମାନବନ୍ଦର ଓ ରେଳ ଷ୍ଟେସନ୍‌ରେ ବାହାର ରାଜ୍ୟକୁ ଆସୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହ ଆବଶ୍ୟକ ପଡିଲେ ଆରଟିପିସିଆର୍ ଟେଷ୍ଟ କରିବା ପାଇଁ ପୌରାଞ୍ଚଳ କମିଶନର ଓ ପୂର୍ବତଟ ରେଳବାଇ ମହାନିର୍ଦ୍ଦେଶକଙ୍କୁ କୁହାଯାଇଛି ।

Leave a Reply