କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା : ମନ୍ତ୍ରୀ ଅରୁଣ ସାହୁ

MSP, Farmer Getting How Much

ଭୁବନେଶ୍ୱର:  ଓଡ଼ିଶା ଏକଦା ଭୋକର ଭୂଗୋଳ ଥିଲା । ମାତ୍ର ଦୁଇ ଦଶନ୍ଧି ହେଲା ସେ ପରିଚୟ ଆଉ ନାହିଁ । ଏକଦା ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ପାଇଁ ଶସ୍ୟ ଉତ୍ପାଦନ ହୋଇ ପାରୁ ନ ଥିଲା । ହେଲେ ସମୟ ବଦଳିଛି , ଖାଦ୍ୟଶସ୍ୟ ଉତ୍ପାଦନରେ ସାରା ଦେଶରେ ଆମେ ଅଗ୍ରଣୀ ରାଜ୍ୟ ହୋଇପାରିଛେ । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର । ଏହା ସତ୍ତ୍ୱେ ଓଡ଼ିଶା ୬ ଥର କୃଷି କର୍ମଣ ପୁରସ୍କାର ଜିତିପାରିଛି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସୋମବାର ବିଧାନସଭାରେ କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ବ୍ୟାପକ ଚାଷୀ ଅସନ୍ତୋଷ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ମନ୍ତ୍ରୀ ଏହା କହିଛନ୍ତି । ଅରୁଣ କହିଥିଲେ ଯେ, ଚଳିତ ଖରିଫ ଋତୁରେ ୬୦.୩୭ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି । ଯାହା ପୂର୍ବବର୍ଷ ତୁଳନାରେ ୪୦ ହଜାର ହେକ୍ଟର ଅଧିକ । କେବଳ ଧାନ ନୁହେଁ, ଡାଲିଜାତୀୟ ଫସଲ ଏବଂ ପରିବା ଉତ୍ପାଦନର ପରିମାଣ ମଧ୍ୟ ବଢିଛି ।  ଗତବର୍ଷ ତୁଳନାରେ ୧୫ ହଜାର ହେକ୍ଟର ଚାଷ ଜମି ଏବଂ ୪୮ ହେକ୍ଟର ଜମିରେ ପନିପରିବା ଚାଷ ହୋଇଛି । କରୋନା ମଧ୍ୟ କୃଷି କାର୍ଯ୍ୟକୁ ପ୍ରଭାବିତ କରିପାରିନାହିଁ । କୃଷିକାର୍ଯ୍ୟକୁ କଟକଣାମୁକ୍ତ ରଖାଯାଇଛି । କୃଷିର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମୃଦ୍ଧି ଯୋଜନା ପ୍ରସ୍ତୁତି କରାଯାଇଛି । ସେହିପରି ସ୍ୱତନ୍ତ୍ର ପ୍ୟାକେଜ ସହ ରବି ଋତୁ ଫସଲ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଥିଲେ ।

Odisha Health Department Issued SOP For Assembly Monsoon Session

ଉଭୟ କଂଗ୍ରେସ ଓ ବିଜେଡି କେନ୍ଦ୍ର ସରକାର ନିକଟରେ ସଂସଦରେ ଗୃହୀତ କରାଇଥିବା କୃଷି ଆଇନକୁ ବିରୋଧ କରିଥିଲେ । ବିଶେଷ କରି ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବ୍ୟବସ୍ଥାକୁ ପରୋକ୍ଷରେ ଉଚ୍ଛେଦ କରିବା ପାଇଁ ଯୋଜନା ଚାଲିଥିବା ଅଭିଯୋଗ କରିଥିଲା । ମାତ୍ର ବିଜେପି ଏହି ପ୍ରସଙ୍ଗରେ ନୀରବ ରହିଥିଲା । ଏପରିକି ଆଲୋଚନାରେ ଭାଗ ନ ନେଇ କକ୍ଷତ୍ୟାଗ କରିଥିଲା । ସେହିପରି କଂଗ୍ରେସ ନେତା କେତେକ ପ୍ରସଙ୍ଗରେ ଶାସକ ଦଳକୁ ସମାଲୋଚନା କରିଥିଲେ ।

Leave a Reply