କରୋନା କାୟା: ରାଉରକେଲା ଲକ୍‌ଡାଉନ୍‌ ପୁରୀ ସଟ୍‌ ଡାଉନ୍‌..!

1 min read
Odisha Imposed Lockdown From 5th May To 19th May

ରାଉରକେଲା/ଭୁବନେଶ୍ୱର: କରେନା ସଂକ୍ରମଣ ଏବେ ଥମିବାର ନାଁ ଧରୁନି । ରାଜ୍ୟରେ ପ୍ରତିଦିନ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ରାଉରକେଲା ସହରରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସହରକୁ ସ୍ଥାନୀୟ ପ୍ରଶାସନ ୧୪ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛି ।‌ ସହରରେ ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ରାଉରକେଲା ଇସ୍ପାତ ସହରାଞ୍ଚଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି । ସହରର ଵିଭିନ୍ନ ସ୍ଥାନରେ ୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହେଲେ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଥିଲେ ମଧ୍ୟ ସହରରେ ବିଶେଷ କିଛି ପ୍ରଭାବ ଦେଖିବାକୁ ମିଳୁନାହିଁ । ସହରରେ ଗାଡ଼ି ମଟର ସ୍ୱାଭାବିକ ଚଳାଚଳ କରୁଥିବାବେଳେ ପରିବା ମାର୍କେଟ ଓ ମାଛ ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ସହରରେ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ୨ଶହ ଶଯ୍ୟାର ଵ୍ୟଵସ୍ଥା ରହିଥିବା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିପିୟୁଟି ପରିସରରେ ୭୮୦ ଶଯ୍ୟା ବିଶିଷ୍ଚ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହି ସଖ୍ୟା ଵୃଦ୍ଧି କରାଯାଇ ୧୭୮୦ କରାଯିବ ବୋଲି ରାଉରକେଲା ମହାନଗର ନିଗମ କମିଶନର ସୁଚନା ଦେଇଛନ୍ତି ।

ସେପଟେ ଏପରି ସ୍ଥିତିରେ ସହରାଞ୍ଚଳରେ ରହୁଥିବା ପେଣ୍ଟର, ଗରିବ, ଶ୍ରମିକ ତଥା ଦିନ ମଜୁରିଆଙ୍କୁ କାମ ଯୋଗାଇଦେବା ଲାଗି ରାଜ୍ୟ ସରକାର ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ୍‌ ଇନିସିଏଟିଭ୍ (UWEI)ର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାସ୍ତାଘାଟ ସୌନ୍ଦର୍ଯ୍ୟକରଣ, ନାଳ ସଫା, ପାର୍କ ଉନ୍ନତିକରଣ, ପୋଖରୀ ପୁନରୁଦ୍ଧାର, ବର୍ଷା ଜଳ ସଂରକ୍ଷଣ, ମାଇକ୍ରୋ ଏକ୍ଟିଭିଟି ସେଣ୍ଟର୍ ନିର୍ମାଣ, ୱାଲ୍ ପେଣ୍ଟିଂ ଆଦି କାର୍ଯ୍ୟ କରାଯାଉଛି ।

ସେହିଭଳି ଗତ ଶୁକ୍ରବାର ରାତିରୁ ପୁରୀ ମୁନିସିପାଲିଟି ଅଞ୍ଚଳର ଆଂଶିକ ଅଂଶକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍‌ ଘୋଷଣା କରାଯାଇଛି । ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମ୍ପୂର୍ଣ ୯ଦିନ ଯାଏ ସଟଡାଉନ୍‌ ରହିବ । ଯେହେତୁ ପେଣ୍ଠକଟା ଅଞ୍ଚଳରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଏହାକୁ ଦୃଷ୍ଟିରେ ରଖି ସଟଡାଉନ କରାଯାଇଥିଲା । ତେବେ ସଟଡାଉନ୍‌ର ସ୍ଥିତି କିଭଳି ଅଛି ସେହି ଅଞ୍ଚଳରେ କିଭଳି ଏହାକୁ ଅନୁପାଳନ କରୁଛନ୍ତି ଓ କିଭଳି ବଳବତ୍ତର ରହିଛି ସେନେଇ ପ୍ରଶାସନ ପକ୍ଷରୁ ଡ୍ରୋନ ମାଧ୍ୟମରେ ଏରିଅଲ ସର୍ଭେ କରାଯାଉଛି । ଏହି ଚିତ୍ରକୂ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ ମଧ୍ୟ କରୁଛନ୍ତି ।

Leave a Reply