ନଭେମ୍ବରରେ ଖୋଲିବ ସ୍କୁଲ ! ନଆସିଲେ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

Minister Samir Das On High School Issue Says No Departmental Decision Was Taken

ଭୁବନେଶ୍ୱର: ଚଳିତ ମାସରେ ସ୍କୁଲ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ମଙ୍ଗଳବାର ଏନେଇ ବିଭାଗୀୟ ବୈଠକ ବସିଥିଲା । ଏଥିରେ ପାଞ୍ଚ ଅଂଶୀଦାରଙ୍କ ସହ ଆଲୋଚନା ହୋଇଛି । କେବେ ଓ କେମିତି ସ୍କୁଲ ଖୋଲିବ ସେ ନେଇ ଏସଓପି ପ୍ରସ୍ତୁତ ହେଉଛି । ଏହାପରେ କ୍ଷେତ୍ରରେ କାମ କରୁଥିବା ଜିଲ୍ଲାପାଳ ଓ ଡିଇଓଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଅନ୍ୟପଟେ ଏବେ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଉ ଅଧିକ ସିଲାବସ ହ୍ରାସ ହେବ ନାହିଁ । ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍‌ ହେବ । ସ୍କୁଲ ଛାଡ଼ିବା ପାଇଁ ଯଦି ଅଭିଭାବକ ରାଜି ନ ହୁଅନ୍ତି, ସେହି ଛାତ୍ରମାନଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଭାଗୟୀ ମନ୍ତ୍ରୀ ।

ତେବେ ପୂର୍ବରୁ ନଭେମ୍ବର ୧୫ ପରେ ଅର୍ଥାତ୍‌ ୧୬ରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ମଧ୍ୟ କରାଯାଇଥିଲା ।  ସ୍କୁଲ ଖୋଲିବା ଓ ପରିଚାଳନା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

Leave a Reply