କୋଭିଡ ସତର୍କ, ଜିଲ୍ଲାପାଳ ଓ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ସବୁ ଜିଲ୍ଲାପାଳ ଓ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ । ୧୨ଟି ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ଫେରନ୍ତାଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।

ସେହିପରି ସମସ୍ତ ବିମାନ ବନ୍ଦର, ରେଲୱ୍ବେ ଷ୍ଟେସନରେ ଆଲର୍ଟ ରହିବା ସହ ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।

ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଓଡିଶାକୁ ପୁନର୍ବାର ସତର୍କ ଏବଂ ସୁରକ୍ଷିତ ରଖିବାକୁ ସେଥିପାଇଁ ଏହି ସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରିବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply