କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ

ଭଦ୍ରକ: କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ । ଭଦ୍ରକ ଜିଲ୍ଲା ପଞ୍ଚୁଟିକ୍ରି ଗାଁରେ କୁମ୍ଭୀର ଆକ୍ରମଣରେ ନବଘନ ନାୟକଙ୍କ ମୃତ୍ୟୁ ହୋଇଛି । ମାଛ ଧରିବା ପାଇଁ ଯାଇଥିବା ବେଳେ ଜୁଆରିଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ନବଘନ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ନଦୀ ନିକଟରେ ଖୋଜାଖୋଜି କରିଥିଲେ ।

ହେଲେ ତାଙ୍କର ସନ୍ଧାନ ମିଳି ନଥିଲା । କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସନ୍ଦେହ କରି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଧାମରା ଦମକଳ ବିଭାଗ ପକ୍ଷରୁ ବୋଟ୍‌ ଯୋଗେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପାଇ ନଥିଲେ । ଆଜି ନବଘନଙ୍କ ମୃତଦେହ ଭାସିବାରୁ ପରିବାର ଲୋକ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।

Leave a Reply