ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ପ୍ରାଥମିକ ବିଦ୍ୟାଳୟରେ ହେବ ଏକକ ପରୀକ୍ଷା

1 min read
Matric Evaluation

ସାରା ରାଜ୍ୟରେ ଏଣିକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ବ୍ୟବସ୍ଥା ହେବ । ଏ ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଚଳିତବର୍ଷଠାରୁ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏଭଳି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷାରେ ଛାତ୍ରଛାତ୍ରୀ ନୂଆ ପଦ୍ଧତିରେ ପରୀକ୍ଷା ଦେବେ। ଏଥିପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇସାରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଅନୁଷ୍ଠିତ ହେଉଥିବା ଷାଣ୍ମାସିକ ପରୀକ୍ଷାରେ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବା ସହ ଅଲଗା ସମୟରେ ପରୀକ୍ଷା କରାଯାଉଥିଲା। କେତେକ ଜିଲ୍ଲାସ୍ତରରେ ସହଜ ପ୍ରଶ୍ନପତ୍ର କରାଯାଉଥିବା ବେଳେ ଆଉ କିଛି ଜିଲ୍ଲାର ଛାତ୍ରଛାତ୍ରୀ କଷ୍ଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଥିଲେ। ତାହାକୁ ଦୃଷ୍ଟିରେ ରଖି ଏଥର ସାରା ରାଜ୍ୟ ପାଇଁ ଗୋଟିଏ ପ୍ରଶ୍ନପତ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶ୍ନପତ୍ର ପ୍ରସ୍ତୁତ ଲାଗି ଏସସିଇଆରଟି ଓ ଛାପିବା ପାଇଁ ଟିବିପି ଆଣ୍ଡ ଏମକୁ ଦାୟିତ୍ବ ଦିଆଯାଇଥିଲା। ସେହି ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ଦୁଇଟି ସଂସ୍ଥା ଇତିମଧ୍ୟରେ ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଛପାଇବା କାର୍ଯ୍ୟ ଶେଷ କରିଛନ୍ତି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୪୬ ଲକ୍ଷ ଛାତ୍ରଛାତ୍ରୀ ଏଥର ଷାଣ୍ମାସିକ ପରୀକ୍ଷା ଦେବେ। ୮ଟି ଶ୍ରେଣୀ ପାଇଁ ୫୯ ବିଷୟରେ ମୋଟ ୩ କୋଟି ୬୦ ଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ')}

Leave a Reply