ପିଆଜରେ ଲାଗିଛି ନିଆଁ, ୧୫ ଦିନରେ ୭୦ ଟପିଲାଣି କେଜି ପିଛା ଦର

ଭୁବନେଶ୍ୱର: ପିଆଜ ଛୁଇଁଲେ ଲାଗୁଛି ଡର । କାଟିଲେ ନୁହେଁ ବରଂ କିଣିଲେ କାନ୍ଦୁଛନ୍ତି ଗ୍ରାହକ । ରାଜ୍ୟରେ ଲଗାତାର ଭାବେ ବଢିଚାଲିଛି ପିଆଜ ଦର । ଦୁଇ ଦିନ ପୂର୍ବେ ପିଆଜ କିଲୋ ପିଛା ୫୦ରୁ ୫୫ ଟଙ୍କା ଥିବାବେଳେ ଏବେ ତାହା ୭୦ରେ ପହଞ୍ଚିଲାଣି । ସେପଟେ ପିଆଜର ଆକାଶ ଛୁଆଁ ଦର ଦେଖି ଛାନିଆ ହୋଇ ପଡ଼ିଛନ୍ତି ଗ୍ରାହକ ।

Onion Price Hiked In State 80 Rupess In Last 15 Days

ପିଆଜ ଡରାଉଛି, ପିଆଜ କନ୍ଦାଉଛି । ବଜାରରେ ନିଆଁ, ଜଳୁଛି ହାଣ୍ଡିଶାଳ । ବିଗୁଡୁଛି ବଜେଟ୍, ଖାଲି କରୁଛି ପକେଟ୍ । ଖଟି ବଜାର ସବୁଠି ପିଆଜର ଚର୍ଚ୍ଚା । ପିଆଜ ଦର ଆକାଶଛୁଆଁ ହେବାପରେ ଏବେ ରୋଷେଇ ଘରୁ ଗାଏବ ହୋଇଯାଇଛି ପ୍ୟାକେଜ । ମାତ୍ର ୧୫ ଦିନରେ ପିଆଜ ଦର ୮୦ରେ ପହଞ୍ଚିଛି । ସେପଟେ ଖାଲି ପଡୁଛି ଗ୍ରାହକଙ୍କ ପରିବା ବ୍ୟାଗ । ଯେଉଁ ଘରକୁ କେଜିଏ ୨ କେଜି ପିଆଜ ଯାଉଥିଲା, ଏବେ ୨୫୦ ଗ୍ରାମ୍ ପିଆଜରେ ମେଣ୍ଟୁଛି ଭୋକ । କଟକ ଛତ୍ର ବଜାରରେ ୨ ଦିନ ହେବ ପିଆଜ କେଜି ପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟ ବାହାରୁ ପିଆଜ ଗାଡ଼ି ଆସି ପାରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବ୍ୟବସାୟୀ କହିଛନ୍ତି ।

Onion Price Hiked In State 80 Rupess In Last 15 Days

ଗତ ସପ୍ତାହରେ ରାଜଧାନୀରେ ପିଆଜ ଦର ୫୦ରୁ ୫୫ ଟଙ୍କା ମଧ୍ୟରେ ଥିବା ବେଳେ ଏବେ ୬୫ ଛୁଇଁଛି । ଫଳରେ ବ୍ୟବସାୟ ମାନ୍ଦା ହେବା ସହ ନିରାଶ ହୋଇଛନ୍ତି ଗ୍ରାହକ । ରାଉରକେଲାରେ ମଧ୍ୟ ବେଲଗାମ ପିଆଜ ଦର । ସହରରେ ୭୦ରୁ ୭୫ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହାକୁ ନେଇ ଗ୍ରାହଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଜୟପୁର ଓ ଭଦ୍ରକରେ ମଧ୍ୟ ପଡ଼ିଛି ପିଆଜ ଚଡ଼କ । ଜୟପୁର ସହରରେ ପିଆଜର ଦାମ ରହିଛି ୮୦ ଟଙ୍କା । ଭଦ୍ରକ ସହରରେ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି ଖାଉଟିଙ୍କୁ କନ୍ଦାଉଛି ପିଆଜ । ସମ୍ବଲପୁରରେ ପିଆଜ କେଜି ୬୦ ଟଙ୍କା ରହିଥିବା ବେଳେ, ବ୍ରହ୍ମପୁର ସହରେ ଦର ରହିଛି ୭୦ ଟଙ୍କା ।

Leave a Reply