ରାଜ୍ୟ ସଭାରେ ତୈଳଦର ତାତି, ହୋ ହଲ୍ଲାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପ୍ରସଙ୍ଗରେ ତାତିଛି ରାଜ୍ୟସଭା । ତୈଳଦର ବୃଦ୍ଧି ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବାକୁ ଦାବି କଲା କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ । ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର କମ ରହିଥିବାବେଳେ ଭାରତରେ କାହିଁକି ମାତ୍ରାଧିକ ଅର୍ଥ ନିଆଯାଇଛି, ସେନେଇ ପ୍ରଶ୍ନ ଉଠାଇଲେ ବିରୋଧି ଦଳ । ତେଣୁ ଏନେଇ ଗୃହରେ ଆଜି ଆଲୋଚନା ହେଉ ବୋଲି ଅଡି ବସିଥିଲେ କଂଗ୍ରେସ ସାଂସଦ ।

ଏହି ପ୍ରସଙ୍ଗରେ ପ୍ରଥମେ ଗୃହ ଦିନ 11ଟା ପରେ 1ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ଅଧକ୍ଷ ଭେଙ୍କୟା ନାଇଡୁ । ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ ପ୍ରଥମେ ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ପରେ ଦଳର ସାଂସଦ ମାନେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ଦେଖାଯାଇଥିଲା ।

ଆଲୋଚନା ପାଇଁ ଏକ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରିବାକୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରସ୍ତାବ ଦେଇଥିବା ବେଳେ, ସାଂସଦ ମାନେ ଏହାକୁ ଖାରଜ କରିଥିଲେ । କଂଗ୍ରେସ ସାଂସଦ ଏହି ପ୍ରସ୍ତାବରେ ନାରାଜ ରହିଥିଲେ । କହିଥିଲେ ଅନ୍ୟ କେଉଁ ଦିନ ନୁହେଁ ବଂର ଆଲୋଚନା ଆଜି ହେବାର ଆବଶ୍ୟକତା ରହିଛି । ଦେଶରେ ଅଶୌଧିତ ତୈଳ ଦର କାହିଁକି ଦିନକୁ ଦିନ ବୃଦ୍ଧି ଘଟୁଛି, କେଉଁ କାରଣରୁ ବୃଦ୍ଧି ଘଟୁଛି । ଯେଉଁ ସମୟରେ ଅନ୍ତ୍ରର୍ଜାତୀୟ ବଜାରରେ ଦର କମ ରହିଛି, ସେସମୟରକେ ଭାରତରେ କାହିଁକି ହୁ ହୁ ହୋଇ ତୈଳ ଦର ବଢୁଛି ? ତାହାର ଉତ୍ତର ସରକାରଙ୍କୁ ଯଥାଶୀଘ୍ର ଦେବାର ଅଛି ବୋଲି କହିଥିଲେ କଂଗ୍ରେସ ସାଂସଦ ।

Leave a Reply