ମନୋରଞ୍ଜନଙ୍କ ଭିଣୋଇଙ୍କ ବଡ ବୟାନ; ଦୁର୍ନୀତିର ଚେରରେ ଜଗି ଓ ଜୟ, ଉଭୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ…

1 min read

ଖୋର୍ଦ୍ଧା: OTVର ପୂର୍ବତନ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ସରୁଅ ଜମି ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇଛନ୍ତି ।  ଆଜି ତାଙ୍କର ଅନ୍ତରୀଣ ଜାମିନ  ଆବେଦନ ଶୁଣାଣିର ତାରିଖ ଥିଲା । ମନୋରଞ୍ଜନ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ସହ ଜୁଝୁଛନ୍ତି । ତେବେ ଜାମିନ ଶୁଣାଣି ପୂର୍ବରୁ ତାଙ୍କ ଭିଣୋଇ ତଥା ଓକିଲ ହରିହର ମିଶ୍ର ଗଣମାଧ୍ୟମକୁ ଏକ ବଡବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ମନୋରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ତଦନ୍ତ ପ୍ରକ୍ରିୟା ଉପରେ ଆମର ବିଶ୍ୱାସ ରହିଛି । ଓ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି । ମାତ୍ର ଓଟିଭି ମାଲିକାଣୀଙ୍କ ଚତୁରତାର ଫଳ ଏବେ କର୍ମଚାରୀ ଭୋଗୁଛନ୍ତି । କର୍ମଚାରୀ ଏଠି ହଇରାଣ ହଉଛି । ମାଲିକାଣିଙ୍କର ନିଘା ନାହିଁ । ମନ୍ଦିର ଭିତରେ କିଏ ନା’ ମୁଁ କଦଳୀ ଖାଇନି ନ୍ୟାୟରେ ମାଲିକ ବୈଜୟନ୍ତ ପଣ୍ଡା ଅଭିନୟ କରୁଛନ୍ତି । କମ୍ପାନୀ ରେ ତାଙ୍କର ୭୫ ପ୍ରତିଶତ ସେୟାର, ଜାଗି ପଣ୍ଡାଙ୍କ ୧୦ ପ୍ରତିଶତ ସେୟାର, ଓଡିଶା ଟିଭିର ୧୦ ପ୍ରତିଶତ ସେୟାର, ସାଢ଼େ ୪ ପ୍ରତିଶତ ସେୟାର ପଣ୍ଡା ଇନଭେସ୍ଟମେଣ୍ଟ କମ୍ପାନୀର ରହିଛି ।

କମ୍ପାନୀ ସେୟାର ହୋଲ୍ଡର କମ୍ପାନୀର ଲାଭ ନିଅନ୍ତି କିନ୍ତୁ ମୂଲିଆ ନିଏ ନାହିଁ । ଠିକ୍ ଯେମିତି ମୋ ଭିଣେଇ କମ୍ପାନୀର ସେୟାରରୁ ଲାଭବାନ ହୋଇନାହାନ୍ତି ମାତ୍ର ସବୁ ଦୋଷ ତାଙ୍କ ମୁଣ୍ଡରେ ଲଦା ଯାଉଛି । ସେମାନେ ଲାଭ ଖାଇଲେ, ମୋ ଭିଣୋଇ ଜୀବନ ସହ ଯୁଦ୍ଧ କରି ହସ୍ପିଟାଲରେ ପଡିଛନ୍ତି । ଅନ୍ୟପକକ୍ଷରେ  ସଂସ୍ଥା ମାଳିକାଣି ଅଗ୍ରୀଣ ଜାମିନ ଆଣି ଲୁଚିଛନ୍ତି ।

ଇଓଡବ୍ଲୁ ଉପରେ ଆମର ବିଶ୍ୱାସ ରହିଛି । କିନ୍ତୁ ଦୁଃଖର କଥା ଚେରକୁ ନଯାଇ ଗଛର ଆଗକୁ ଧରାଯାଇଛି । ଜଗି ଓ ବୈଜୟନ୍ତ ପଣ୍ଡା ହେଉଛନ୍ତି ଚେର । ଅଗ କାଟିଲେ ଗଛ ଆଉଥରେ କଅଁଳିବ କିନ୍ତୁ ଚେର ଉପାଡିଲେ ସବୁ ସତ ପଦାକୁ ଆସିବ । ଓଡ଼ିଶାର ୪ କୋଟି ଲୋକ ଜାଣନ୍ତୁ ଦୋଷୀ କିଏ , ନହେଲେ ପ୍ରକୃତ ଦୋଷୀ ଖସିଯିବେ । ବୈଜୟନ୍ତ ଓ ଜଗି ହେଉଛନ୍ତି ବଡ଼ମାଛ । ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ଜମି ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ।

Leave a Reply