ଭାରତରେ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ସଫଳ ହେଲେ ଜାନୁଆରୀରୁ ମିଳିବ ଭାକ୍ସିନ୍ !‌

Odisha Request Center To Provide 25 Lakh Dose Vaccine

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ହେବ କରୋନା ଭାକ୍ସିନ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ । ଭାରତରେ ଅକ୍ସଫୋର୍ଡ ଓ ଆଷ୍ଟ୍ରୋଜେନିକା ଭାକ୍ସିନର ଟ୍ରାଏଲ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ କୋଭିଡ୍‌ ୧୯ ଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ରାସ୍ତା ସଫା ହୋଇଛି । ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଆଇସିଏମଆର ଘୋଷଣା କରିଛନ୍ତି ଯେ, ଭାରତରେ କୋଭିସିଲ୍ଡର କ୍ଲିନିକାଲ ଟ୍ରାଏଲ ପାଇଁ ତୃତୀୟ ପର୍ଯ୍ୟାୟ ଏନରୋଲମେଣ୍ଟ ସମ୍ପନ୍ନ ହୋଇଛି ।

covishield

କରୋନା ଭାଇରସ୍‌ ଆତଙ୍କ ଭିତରେ ଏବେ ସମସ୍ତଙ୍କ ନଜର ଏହାର ଟିକା ଉପରେ ରହିଛି । ଏହା ପୂର୍ବରୁ ପୁନେ ସ୍ଥିତ ଦେଶର ବଡ଼ ଔଷଧ ନିର୍ମାତା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆର କାର୍ଯ୍ୟକାରୀ ଅଧିକାରୀ ଆଦର ପୁନାଓ୍ୱାଲା କହିଥିଲେ ଯେ, ଜାନୁୟାରୀ ୨୦୨୧ ସୁଦ୍ଧା ଭାରତରେ କରୋନା ଭାକ୍ସିନ ଉପଲବ୍ଧ ହେବ ।

ଭାରତ ଓ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ ପରୀକ୍ଷଣ ସଫଳତା ଓ ରେଗୁଲେଟରୀ ବଡିର ମଞ୍ଜୁରୀକୁ ଅପେକ୍ଷା କରାଯାଇଛି । ଯଦି ଏହା ପ୍ରତିରୋଧକ ଓ ପ୍ରଭବୀ ସାବ୍ୟସ୍ତ ହୁଏ ତେବେ ଆସନ୍ତାବର୍ଷ ସୁଦ୍ଧା ଏହି ଟିକା ଭାରତରେ ଉପଲବ୍ଧ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ । ସୂଚନା ଯୋଗ୍ୟ ଯେ, ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଓ ବ୍ରିଟିଶ ସ୍ୱୀଡିସ୍‌ ଔଷଧ କମ୍ପାନୀ ଆଷ୍ଟ୍ରୋଜୋନିକା ସହ ମିଶି କୋଭିଡ୍‌ ୧୯ ଭାକ୍ସିନ୍‌ ତିଆରି କରିବା କାମରେ ଲାଗିଛନ୍ତି ।

Covid Vaccine , Pfizer

ଅନ୍ୟପଟେ କରୋନା ସଂକଟ ସମୟରେ ନୂଆ ଆଶା ଦେଖାଇଛି ଫାଇଜର ଭାକ୍ସିନ । ତେବେ ଏହା କେବଳ କିଛି ପ୍ରଗତିଶୀଳ ଦେଶରେ ବଣ୍ଟନ ସମ୍ଭବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ । କାରଣ ଏହାର ଷ୍ଟୋରେଜ୍‌ ନେଇ ରହିଛି ଅନେକ ଅସୁବିଧା । ମାଇନସ୍‌ ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ଏହାର ଷ୍ଟୋରେଜ୍ ସମ୍ଭବ ବୋଲି କୁହାଯାଉଥିବାରୁ କିଛି ଦେଶରେ ଏହାକୁ ରଖିବା ସମ୍ଭବ ନୁହେଁ ବୋଲି କୁହାଯାଉଛି । ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ସମାନ ଆଶଙ୍କା ବ୍ୟକ୍ତ କରିଛନ୍ତି । ଭାରତ ପରି ବିକଶିତ ଦେଶରେ ଏହାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଗ୍ରାମାଞ୍ଚଳ କ୍ଷେତ୍ରରେ ଏହାର ବଣ୍ଟନ କାର୍ଯ୍ୟ, ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କହିଛନ୍ତି ଗୁଲେରିଆ । ଫାଇଜର ଭାକ୍ସିନ କରୋନା ଉପରେ ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଥିଲେ ଫାଇଜରର ସିଇଓ ଡାକ୍ତର ଆଲବର୍ଟ ।

Leave a Reply