ଚୀନ ନୌସେନା ସହ ପାକିସ୍ତାନୀ ପରମାଣୁ ବୁଡା ଜାହାଜ,ଭାରତକୁ ଘେରିବାକୁ ଉଦ୍ୟମ

1 min read

ଇସଲାମାବାଦ: ପାକିସ୍ତାନୀ ନୌସେନା ନିକଟରେ ନିଜର ଗୋଟିଏ ବୁଡା ଜାହାଜକୁ ଚୀନ୍ ଯୁଦ୍ଧପୋତଙ୍କ ମଧ୍ୟରେ କରାଚୀ ବନ୍ଦରରେ ମୁତୟନ କରିଥିଲା । ନିକଟରେ ନିଆଯାଇଥିବା ସାଟେଲାଇଟ୍ ଚିତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଚୀନ ଯୁଦ୍ଧପୋତଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ନିଜର ଅଗୋଷ୍ଟା-୧୯ ବି ଟାଇପର ଡିଜେଲ ଇଲେକଟ୍ରିକ୍ ଆଟାକ ବୁଡା ଜାହାଜକୁ ମୁତ୍ତୟନ କରିଥିଲା ।  ଫ୍ରାନସ ନିର୍ମିତ ଏହି ବୁଡା ଜାହାଜ ପାକିସ୍ତାନୀ ପରମାଣୁ ମିଶାଇଲ ବାବର-୩କୁ ଲଂଚ କରି ପାରିବ । ପାକିସ୍ତାନ ଓ ଚୀନ ନୌସେନାର ଏହି ଯୁବଗଳବନ୍ଦୀ ଭାରତର ଚିନ୍ତା ବଢାଇବ ।

ପାକିସ୍ତାନ ଓ ମାଲେସିଆ ନେଭିରେ ସାମିଲ ଅଛି ଏହି ବୁଡା ଜାହଜ

ପ୍ରଥମେ ଏହା ଦାବି କରାଯାଉଥିଲା ଯେ, ଚୀନ୍ ନୌସେନା ସହିତ ତାର ନିଜସ୍ୱ ବୁଡା ଜାହାଜ କରାଚୀ ଆସିଛି । କିନ୍ତୁ ଏବେ ସାଟେଲାଇଟ୍ ଚିତ୍ରରୁ ସତ କ’ଣ ଜଣା ପଡୁଛି । ଚୀନ ଯୁଦ୍ଧ ପୋତଙ୍କ ସୁରକ୍ଷା ପାଇଁ ପାକିସ୍ତାନ ନିଜ ବୁଡା ଜାହଜ ମୁତୟନ କରିଥିଲା । ଅଗୋଷ୍ଟା-୧୯ ଟାଇପ୍ ବି ବୁଡା ଜାହଜ ଏସିଆରେ କେବଳ ପାକିସ୍ତାନ ମାଲେଶିଆ ବ୍ୟବହାର କରନ୍ତି ।

ଚୀନଠାରୁ ୮ ବୁଡା ଜାହଜ କିଣୁଛି ପାକିସ୍ତାନ

ଫୋର୍ବସ ରିପୋର୍ଟ ଅନୁସାରେ ପାକିସ୍ତାନୀ ନୌସେନା ନିଜ ଶକ୍ତି ବୃଦ୍ଧି ପାଇଁ ଚୀନ ଦ୍ୱାରା ତିଆରି ଟାଇପ୍ ୦୩୯ ବି ୟୁଆନ୍ କ୍ଲାସ ବୁଡା ଜାହାଜ କିଣିବାକୁ ଯାଉଛି । ଡିଜେଲ ଇଲେକ୍ଟ୍ରିକ୍ ଏହି ବୁଡା ଜାହାଜ ପାକିସ୍ତାନୀ ନୌସେନାର ଶକ୍ତି ବୃଦ୍ଧି କରିବ । ଏଥିରେ ଆଣ୍ଟି ସିପ୍ କ୍ରୁଜ୍ ମିଶାଇଲ ଲାଗିଥାଏ । ଏହି ବୁଡା ଜାହାଜ ଇଣ୍ଡିପେଣ୍ଡେଣ୍ଡ୍ ପ୍ରପଲସ ସିଷ୍ଟମ ଯୋଗୁ କମ ଶବ୍ଦ କରିଥାଏ । ଫଳରେ ପାଣି ତଳେ ଏହାକୁ ଠାବ କରିବା କାଠିକର ପାଠ ହୋଇଥାଏ

ପରମାଣୁ ଆକ୍ରମଣ କରିବାରେ ସକ୍ଷମ ଅଗୋଷ୍ଟା କ୍ଲାସ ବୁଡା ଜାହାଜ

ପାକିସ୍ତାନ ଫ୍ରାନ୍ସ ଦ୍ୱାରା ତିଆରି ଅଗୋଷ୍ଟା-୧୯ ବି ଟାଇପ୍ ବୁଡା ଜାହାଜକୁ ବ୍ୟବହାର କରୁଛି । ଏଥିରୁ ତିନିଟି ଏୟାର ଇଣ୍ଡିପେଣ୍ଡେଣ୍ଟ୍ ପାୱାର ସହ ଅପଗ୍ରେଡ୍ କରାଯାଇଛି । ଏହି ବୁଡା ଜାହାଜ ପାକିସ୍ତାନୀ ନୌସେନାର ସବୁଠୁ ଶକ୍ତିଶାଳୀ ଅସ୍ତ୍ର । ଏଥିରେ ଲଢୁଆ ସିଷ୍ଟମ ଓ ଏଏଏ-୩୯ ଏକ୍ସୋସେଟ୍ ଆଣ୍ଟି ସିପ୍ ମିଶାଇଲ ଲାଗିଛି । ଏହାଛଡା ଏଥିରୁ ପାକିସ୍ତାନର ପରମାଣୁ ଅସ୍ତ୍ର ବାହକ ମିସାଇଲ ବାବର-୩କୁ ଛଡା ଯାଇପାରିବ ।

Leave a Reply