ପରୀ ହତ୍ୟା ମାମଲା, ଦୋଷୀ ସରୋଜର LVA ଟେଷ୍ଟ ନେଇ ଶୁଣାଣୀ

1 min read
Saroj LVA Test

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା । ଶୁକ୍ରବାର ନୟାଗଡ଼ ଚିଲଡ୍ରେନ କୋର୍ଟରେ ଦୋଷୀ ସରୋଜର ହେବ ଲେୟାର ଭଏସ୍ ଆନାଲିସିସ୍ ଟେଷ୍ଟ ନେଇ ଆବେଦନ ଉପରେ ଶୁଣାଣି । ଅଭିଯୁକ୍ତ ନାବାଳକର LVA ଟେଷ୍ଟ ପାଇଁ ପୂର୍ବରୁ ଆବେଦନ କରିଥିଲା ଏସ୍‌ଆଇଟି ।

ହତ୍ୟାକାଣ୍ଡ ସମ୍ପର୍କିତ ସାମଗ୍ରୀର ପରୀକ୍ଷା ପାଇଁ ଏସଆଇଟି କରିଥିବା ଆବେଦନ ନେଇ କୋର୍ଟ ଅନୁମତି ଦେଇଥିଲା । ପୂର୍ବରୁ ନାର୍କୋ ଆନାଲିସିସ ଟେଷ୍ଟ ଓ ବ୍ରେନ୍‌ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ, ଅଭିଯୁକ୍ତ ନାବାଳକ ମନା କରିଦେଇଥିଲା । ତେଣୁ କୋର୍ଟ ଅନୁମତି ଦେଇନଥିଲେ । ଏଭଳି ସ୍ଥିତିରେ LVA ଟେଷ୍ଟ କରିବ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନ ।

ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ୟାକ୍‌ଗ୍ରାଉଣ୍ଡ ଆଧାରରେ ମାମଲାକୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରାଯାଇଛି । ଗତ ଡ଼ିସେମ୍ବର ୨୦ ତାରିଖରେ ଏସଆଇଟି ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା । ୨୧ ତାରିଖରେ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ବେଳେ, ମର୍ଡର ପ୍ଲଟ୍‌ରେ କ୍ରାଇମସିନ୍‌ ରିକ୍ରିଏଟ କରିଥିଲା ଏସଆଇଟି । ପରେ ନାବାଳକ ଦର୍ଶାଇ ମାମଲା ଜୁଭେନଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲେ କୋର୍ଟ ।

Leave a Reply