କେମିତି ରହିବ ନୂଆ ସଂସଦ ଭବନ; ଫଟୋ ଜାରି

ନୂଆଦିଲ୍ଲୀ: ଆାସନ୍ତା ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଭୂମି ପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ଅବ୍ୟବହିତ ପୂର୍ବରୁ ନୂଆ ସଂସଦ ଭବନର ଫଟୋଚିତ୍ର ସାମ୍ନାକୁ ଆସିଛି ।

ଏହାର ନିର୍ମାଣ କାର୍ଯ୍ୟ ୨ ବର୍ଷ ଭିତରେ ଅର୍ଥାତ୍ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଯାହା ସମ୍ପର୍କରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଶନିବାର ଦିନ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ଏଭଳି ଏକ ମନ୍ଦିର ହେବ, ଯାହା ରାଷ୍ଟ୍ରର ବିବିଧତାକୁ ପ୍ରତିବିମ୍ବିତ କରିବ ।

୬୪ ହଜାର ବର୍ଗମିଟର ପରିଧିରେ ନିର୍ମିତ ହେବାକୁ ଥିବା ଏହି ନୂତନ ସଂସଦ ଭବନର କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି । ସଂସଦ ଭବନରେ ୧୬,୯୨୧ ବର୍ଗ ମିଟର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ କରାଯିବ।

ଭବନକୁ ତିନି ମହଲା ବିଶିଷ୍ଟ କରାଯିବା ସହ ତ୍ରିକୋଣୀୟ ମଧ୍ୟ କରାଯିବ। ଏହାବ୍ୟତୀତ ଡାଇନିଙ୍ଗ ରୁମ୍, କମିଟି ରୁମ୍, କନଫରେନ୍ସ ରୁମ୍, ଲାଇବ୍ରେରୀ ମଧ୍ୟ ନିର୍ମାଣ କରାଯିବାର ନିଷ୍ପତ୍ତି ନିଆଯାଇଛି।

ତେବେ ଏହି ଭବନରେ ଲୋକସଭା ସଦସ୍ୟଙ୍କ ପାଇଁ ପାଖାପାଖି ୮୮୮ ସିଟ୍ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ଆସନ ରହିବ ।

 

Leave a Reply