ମୁମ୍ବାଇରେ କଙ୍ଗନାଙ୍କ ଅଫିସ ଭାଙ୍ଗିବାରୁ ଶିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ଦାବି

1 min read

ଶିମଲା: ହିମାଚଳର ଝିଅ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ଏବଂ ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ମୁମ୍ବାଇର ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗି ଦେଇଛନ୍ତି । ଗତ ମଙ୍ଗଳବାରକୁ ଅବୈଧ ନିର୍ମାଣ ନୋଟିସ୍ ପଠାଇଥିଲା ବିଏମସି । ଏହାପରେ ବୁଧବାର ସକାଳେ ବିଏମସି ଟିମ୍ କଙ୍ଗନା ମୁମ୍ବାଇ ପହଞ୍ଚିବା ପୂର୍ବରୁ ତାଙ୍କ ଅଫିସ ଠାରେ ପହଞ୍ଚି ଭାଙ୍ଗିବା ଆରମ୍ଭ କରିଦେଲେ ।

ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ଟ୍ୱିଟରରେ ଲୋକମାନେ ହିମାଚଳପ୍ରଦେଶର ଶିମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ଦାବି କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ଘର ନିର୍ମାଣ ଅବୈଧ ଅଟେ । ଏହାକୁ ମଧ୍ୟ ଭାଙ୍ଗି ଦିଆଯାଉ । ଏହି ପୋଷ୍ଟ ଶେୟାର କରି ୟୁଜର ଜୟରାମ ଠାକୁରଙ୍କୁ ଟ୍ୟାଗ୍ କରିଛନ୍ତି ଜଣେ ୟୁଜର । ତେବେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତି ହିମାଚଳପ୍ରଦେଶରେ ପ୍ରିୟଙ୍କାଙ୍କ ଘର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ  ଉକ୍ତ ଘରକୁ ନେଇ  ପ୍ରିୟଙ୍କାଙ୍କୁ ହାଇକୋର୍ଟରୁ ନୋଟିସ୍ ମଧ୍ୟ ମିଳିଥିଲା ।

ସୂଚନାଯୋଗ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଶିମଲା ଠାରୁ ୧୩ କିଲୋମିଟର ଦୂରରେ ସମୂଦ୍ର ପତନଠାରୁ ୮ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ପ୍ରଥମେ ନିର୍ମାଣ ଶୈଳୀ ପସନ୍ଦ ନଆସିବାରୁ ଉକ୍ତ ଘରକୁ ଭାଙ୍ଗି ପୁନର୍ବାର ନିର୍ମାଣ କରାଯାଇଥିଲା ।

Leave a Reply