ଟ୍ରାଫିକ୍ ପୋଲିସକୁ ସାବାସୀ, ଆମ୍ବୁଲାନ୍ସ ଅପେକ୍ଷା ନକରି ବାଇକରେ ନେଲେ ହସ୍ପିଟାଲ

People Of Bolangir Town Appreciated Traffic Police For Helping Nature Towards Accident Injured

ବଲାଙ୍ଗିର: ଭିଡ଼ ଜଞ୍ଜାଳମୟ ଦୁନିଆରେ କାହା ପାଖେ କାହା ପାଇଁ ସମୟ ନାହିଁ । ଏମିତିରେ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଲେ ଲୋକେ ସିନା ଦେଖଣାହାରୀ ସାଜନ୍ତି । ସାହାଯ୍ୟ ପାଇଁ ଆଗେଇ ଆସନ୍ତି ନାହିଁ । କିନ୍ତୁ ବଲାଙ୍ଗିରରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ମାନବିକତା ଦେଖାଇଛନ୍ତି । ବଲାଙ୍ଗିରର ପାଟଣା ହୋଟେଲ ଛକରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଶିଶୁକନ୍ୟା ଗୁରୁତର ଆହତ ହୋଇଥିଲା ।

People Of Bolangir Town Appreciated Traffic Police For Helping Nature Towards Accident Injured

ଭୂତିଆରବାହାଲର ସୂର୍ଯ୍ୟ ମହାକୁଢ଼ ସ୍ତ୍ରୀଙ୍କ ସହ ପୁଅଝିଅଙ୍କୁ ନେଇ ପୁଇଁତଳାରୁ ଗାଁକୁ ଫେରୁଥିବା ବେଳେ ଟ୍ରାଫିକ୍ ଛକରେ ଦୁର୍ଘଟଣା ଘଟିଥିଲା । ସୂର୍ଯ୍ୟଙ୍କ ଗାଡ଼ିକୁ ପଛରୁ ଏକ ବାଇକ୍ ଧକ୍କା ଦେଇଥିଲା । ଏଥିରେ ୩ ବର୍ଷର ଝିଅ ଗୁରୁତର ଆହତ ହୋଇଥିଲା । ସେଠାରେ କାର୍ଯ୍ୟରତ ହାବିଲଦାର ଅସିତ୍ ପଣ୍ଡା ଓ ଜୟନ୍ତୀ ସୁନା ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ବାଇକରେ ଝିଅଟିକୁ ମେଡିକାଲ୍ ନେଇଥିଲେ । ଟ୍ରାଫିକ୍ ପୋଲିସର ଏଭଳି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।

Leave a Reply