ମୋଦି କାହାକୁ କରିବାକୁ ଚାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ! କିଏ ତାଙ୍କ ୨ ଘୋଡ଼ା…ଜାଣନ୍ତୁ

1 min read

ପାଟନା : ବିହାରରେ  ନିର୍ବାଚନ ଚାଲିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସହଯୋଗୀ ଲୋକ ଜନ ଶକ୍ତି ପାର୍ଟି(ଏଲଜେପି) ଏକାକୀ ନିର୍ବାଚନ ଲଢୁଛି । ରାମବିଳାସ ପାଶୱାନଙ୍କ ଅବର୍ତ୍ତମାନରେ ପୁଅ ଚିରାଗ ଦଳର ନେତୃତ୍ୱ ନେଉଛନ୍ତି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଏଲଜେପିକୁ ନେଇ କିଛି କହିଲେ ନାହିଁ । ଯାହାକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମର ମୁଖ୍ୟ ଅସଉଦ୍ଦିନ ୱଏସି ।

ୱଏସି ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ଚିରାଗ ପ୍ରତି ନୀରବ ରହିବା ଭାଜପାର ଅସଲ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଉଛି । ଜେଡିୟୁ ଏବଂ ଏଲଜେପି ରୂପୀ(ସାଙ୍କେତିକ) ୨ ଘୋଡ଼ା ଉପରେ ଚଢି ମୋଦି ବିହାର ଦଖଲ କରିବାକୁ ଚାହୁଁଛନ୍ତି । ନୀତିଶ ରୋଜଗାରକୁ ନେଇ ଅସ୍ପଷ୍ଟ । ହେଲେ ବିଜେପି ୧୯ ଲକ୍ଷ ରୋଜଗାର ଦେବ ବୋଲି କହୁଛି । ତେଣୁ ନୀତିଶଙ୍କ ବଦଳରେ ଜଣେ ଭାଜପାର ମୁଖ୍ୟମନ୍ତ୍ରୀ ହେଉ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚାହୁଁଥିବା ୱଏସି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦିନ ଗଡୁଛି । ବିହାର ନିର୍ବାଚନ ପାଖେଇ ଆସୁଛି । କରୋନା ସମୟରେ ଭାରତ ବହୁ ବିଶିଷ୍ଟ ନେତାଙ୍କୁ ଏହି ନିର୍ବାଚନରେ ଦେଖିବାକୁ ମିଳିବ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ନୀତିଶ କୁମାର, ତେଜସ୍ୱୀ ଯାଦବ, ଚିରାଗ ପାଶୱାନ, ଏକାଧିକ କେନ୍ଦ୍ରମନ୍ତ୍ରୀ ବହୁ ପୂର୍ବରୁ ପ୍ରଚାର ଆରମ୍ଭ କରିସାରିଲେଣି ।

ପ୍ରଧାନମନ୍ତ୍ରୀ ମୋଦି ସାସାରାମରେ ବକ୍ତବ୍ୟ ରଖିବା ପୂର୍ବରୁ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଚିରାଗ ପାଶୱାନଙ୍କ ବିଦ୍ରୋହକୁ ମୋଦି କ’ଣ ମନ୍ତବ୍ୟ ରଖୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ସେପରି କିଛି ଶୁଣିବାକୁ ମିଳି ନ ଥିଲା । ଯାହାକୁ ନେଇ ବିହାର ରାଜନୀତି ସରଗରମ ହେବାରେ ଲାଗିଛି । ମୋଦିଙ୍କ ନୀରବତା ଭାଜପାର ବି-ପ୍ଲାନକୁ ସୂଚାଉ ଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।

 

Leave a Reply