ଗଡିଛି ଚାଳକ ବିହୀନ ମେଟ୍ରୋ, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଗଡିଛି ଚାଳକ ବିହୀନ ମେଟ୍ରୋ ଟ୍ରେନ  । ଦେଶର ପ୍ରଥମ ଡ୍ରାଇଭର ଲେସ ମେଟ୍ରୋ ମଞ୍ଜେଣ୍ଟା ଲାଇନ ଏବଂ ପିଙ୍କ ଲାଇନରେ ଗଡିଛି  । ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦି  ।  ପ୍ରାଥମିକ ପର୍ଯ୍ୟାୟରେ ଏହା ଜନକପୁରୀ ପଶ୍ଚିମରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଚଳାଚଳ କରିବ  । ଅନ୍ୟ ଟ୍ରେନ  ଅପେକ୍ଷା ଚାଳକ ବିହୀନ ଏହି ଟ୍ରେନରେ ଯାତ୍ରା କରିବା ନିଆରା ଅନୁଭୂତି ଆଣିବ  ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କରିଛି ଏହି ଟ୍ରେନରେ ବ୍ଯବହୃତ ହୋଇଥିବା ଟେକନିକ  । ଜାଣନ୍ତୁ ଚାଳକ ବିହୀନ ମେଟ୍ରୋରେ କ’ଣ ରହିଛି ଯାତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା  । କ’ଣ ପାଇଁ ଏହା ସାଧାରଣ ଟ୍ରେନ ଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର….

  • ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର କହିବା ଅନୁଯାୟୀ, ଏହା ଅନ୍ୟ ମେଟ୍ରୋ ଟ୍ରେନର ସ୍ପିଡ ଠାରୁ ଏହା ଅଧିକ ରହିଛି  । ଯାତ୍ରୀ ମାନଙ୍କର ସମୟ କିପରି ଅପଚୟ ହେବ ନାହିଁ ସେ ଦିଗରେ ଧ୍ୟାନ ଦିଆଯାଇଛି  । ଏହି ଟ୍ରେନ ସର୍ବାଧିକ ଭାବେ ଘଣ୍ଟା ପ୍ରତି ୯୫ କିଲୋମିଟର ବେଗରେ ଗତି କରିବାର କ୍ଷମତା ରଖିଛି  ।
  • ଏହି ଟ୍ରେନରେ ଟେକ୍ନୋଲୋଜିକୁ ଏମିତି ଭାବେ ବ୍ୟବହାର କରାଯାଇଛି  ଯେ ସାମାନ୍ୟତମ ଯାନ୍ତ୍ରିକ ତ୍ରୁଟି ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରେ  । ଯଦି ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ ଅଟୋମେଟିକ ଟ୍ରେନ ହଠାତ୍ ଆସି ଯାଆନ୍ତି, ତେବେ ଦୁର୍ଘଟଣା ଘଟିବାର କୌଣସି ଆଶଙ୍କା ମଧ୍ୟ ନାହିଁ  । ଆପେ ଆପେ ଟ୍ରେନ ଇଞ୍ଜିନ ବନ୍ଦ ହେବା ସହ ଟ୍ରାକ୍‌ରେ ଟ୍ରେନ ଅଟକିଯିବ  ।
  • ଡ୍ରାଇଭର ଲେସ୍‌ ଟ୍ରେନ୍‌ର ଆହୁରି ଅନେକ ସୁବିଧା ମଧ୍ୟ ରହିଛି  । ଅନ୍ୟ ଟ୍ରେନ୍‌ରେ ଯାତ୍ରା ବେଳେ ଲାଗୁଥିବା ଝଟ୍‌କା ଏହି ଟ୍ରେନ୍‌ରେ ଅନୁଭବ କରିହେବ ନାହିଁ । ଟ୍ରେନରେ ବସିବା ଓ ଓହ୍ଲାଇବାରେ ମଧ୍ୟ କୌଣସି ସମସ୍ୟା ରହିବ ନାହିଁ  । କମ୍ୟୁନିକେସନ ବେସ୍‌ଡ୍‌ ଟ୍ରେନ୍‌ କଣ୍ଟ୍ରୋଲ ସିଗନାଲିଂ ସିଷ୍ଟମରେ ଏହି ଟ୍ରେନ୍‌ ଚାଲିବ  ।
  • ସେହିପରି ଟ୍ରେନରେ ଲାଗିଥିବା ସିଷ୍ଟମକୁ ସିଗନାଲ ମିଳିଲେ ଏହା ଗଡିବା ଆରମ୍ଭ କରିବ । କଣ୍ଟ୍ରୋଲ ରୁମ୍‌ରେ ବସି କର୍ମଚାରୀ ଏହି ଟ୍ରେନ୍‌ ଉପରେ ନଜର ରଖିବେ  । ଏପରି ଚାଳକ ବିହୀନ ଟ୍ରେନ ଜୀବନ ସରଳୀକରଣ କ୍ଷେତ୍ରରେ  ଅଧିକ ଗୁରୁତ୍ବ ବହନ କରୁଛି  ।

Leave a Reply