ନୂଆଦିଲ୍ଲୀ: ଟିକାକୁ ମିଳିଛି ମଞ୍ଜୁରୀ । ଟିକାକରଣ ନେଇ ଘୋଷଣା ହୋଇଛି ତାରିଖ । ଜାନୁଆରୀ ୧୬ରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଆଉ ଜାନୁଆରୀ ୧୧ ଅର୍ଥାତ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସୋମବାର ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୁଇଟି କୋଭିଡ ଭ୍ୟାକ୍ସିନଙ୍କୁ ଜରୁରିକାଳୀନ ବ୍ୟବହାର ନେଇ ଅନୁମତି ଦେଇଛି DCGI। ସେପଟେ ଦେଶରେ ଟିକାକରଣ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସ୍ଥଳେ ଭ୍ୟାକ୍ସିନ ବିତରଣର ୫ ଦିନ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଟିକା ସମ୍ପର୍କରେ ମୋଦି କରିବେ ଆଲୋଚନା । ତେଣୁ ଟିକା ବିତରଣ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି ।

କିଭଳି ରାଜ୍ୟର ମୁଖ୍ୟ ସହରଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚିପାରିବ ସେ ନେଇ ବୈଠକରେ ଆଲୋଚନା ହୋଇପାରେ । ଏଥି ସହ ରାଜ୍ୟ ମାନେ ମଧ୍ୟ ବୈଠକରେ ନିଜ ନିଜର ଦାବି ଉପସ୍ଥାପନା କରିପାରନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ମିଳିବା ନେଇ ସରକାର ଘୋଷଣା କରିଥିବାବେଳେ ଭ୍ୟାକ୍ସିନକୁ ବିତରଣ ନେଇ ଉତ୍ସୁକତା ଜାରି ରହିଛି ।

Leave a Reply