ରାମବିଳାଶ ପାଶ୍ୱାନଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

1 min read

ନୂଆଦିଲ୍ଲୀ: ଦୀବଗଂତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରଷ୍ଟ୍ରପତି ଭେଙ୍କିଆ ନାଇଡୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ୭୪ ବର୍ଷୀୟ ପାଶ୍ୱାନଙ୍କର ଗତକାଲି ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ପରଲୋକ ହୋଇଥିଲା । ସେ ଗତ କିଛି ଦିନ ଧରି ଆଇସିୟୁରେ ଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପାଶ୍ୱାନଙ୍କ ପରଲୋକରେ ଶୋକବ୍ୟକ୍ତ କରିଥିଲେ ।

ଆଜି ପାଶ୍ୱାନଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ୧୨ ଜନପଥ ସ୍ଥିତ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଚିରାଗ ପାଶ୍ୱାନ ଓ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ନିଜ ସମବେଦନା ପ୍ରକଟ କରିଥିଲେ ।

 

ପାଶ୍ୱାନଙ୍କ ମରଶରୀରକୁ ଆଜି ପାଟନା ନିଆଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଅନ୍ତ୍ୟେଷ୍ଠୀରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଯୋଗ ଦେବେ । ଅପରାହ୍ନ ୨ଟାରେ ବାୟୁସେନାର ଏକ ବିଶେଷ ବିମାନରେ ପାଶ୍ୱାନଙ୍କ ପାର୍ଥିବ ଶରୀର ସହ ତାଙ୍କ ପରିବାର ସଦସ୍ୟ ଓ ରବିଶଙ୍କର ପ୍ରସାଦ ପାଟନା ଯିବେ ।

Leave a Reply