ଟିକାକରଣ ପୂର୍ବରୁ ହେବ ବୈଠକ, ପିଏମ-ସିଏମ ଆଲୋଚନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ସୋମବାର ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

କରୋନା ଟିକା ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା ହେବ । ଖୁବ ଶୀଘ୍ର ଦେଶରେ ଟିକାକରଣ ହେବାକୁ ଯାଉଛି । ଏହା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । କିଭଳି ରାଜ୍ୟର ମୁଖ୍ୟ ସହରଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚିପାରିବ ସେ ନେଇ ବୈଠକରେ ଆଲୋଚନା ହୋଇପାରେ ।

ଏଥି ସହ ରାଜ୍ୟ ମାନେ ମଧ୍ୟ ବୈଠକରେ ନିଜ ନିଜର ଦାବି ଉପସ୍ଥାପନା କରିପାରନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ମିଳିବା ନେଇ ଘୋଷଣା କରିଛନ୍ତି ସରକାର । ତେଣୁ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

Leave a Reply