ନିର୍ମାଣାଧିନ ସେତୁ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ସହକାରୀ ଯନ୍ତ୍ରୀ ଗିରଫ

1 min read

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ତାଲାପଦର ଗାଁ ନିକଟରେ ନିର୍ମାଣାଧିନ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କୁ ଗିରଫ କଲା ପୋଲିସ । ଅସିତଙ୍କୁ ଆଜି ନବରଙ୍ଗପୁର ପୋଲିସ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ଗତ ୧୦ ତାରିଖ ସନ୍ଧ୍ୟାରେ ଉମରକୋଟ ତାଲାପଦରରେ କାମ ଚାଲିଥିବା ବେଳେ ବିଜୁ ସେତୁ ଭୁଶୁଡ଼ି ପଡ଼ିଥିଲା ।

Police Arrested RD Assistance Engineer On Under Construction Bridge Collapse Case

ଏଥିରେ ମହେନ୍ଦ୍ର ମାଳି ନାମକ ଜଣେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଏଥିସହ ସୁନାବେଡ଼ା ଏସଇ ଏବଂ ଇଆଇସି ସୁରେଶ ମିଶ୍ର ବ୍ରିଜ୍ କେମିତି ଭୁଶୁଡ଼ିଲା ତାର ତଦନ୍ତ କରିଥିଲେ । ଠିକାଦାର ଆଶିଷ ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କ ନାଁରେ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

Police Arrested RD Assistance Engineer On Under Construction Bridge Collapse Case

ସେବେଠାରୁ ତିନିଜଣ ଗିରଫ ଭୟରେ ଫେରାର ଥିଲେ । ଆଜି ନଗର ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ପୋଲିସ ରାୟଗଡ଼ାର ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିବା ନେଇ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ଠିକାଦାରଙ୍କ ସହ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

Leave a Reply