୯୫ ହଜାର ପୁଲିଂ ବୁଥରେ ୯ କୋଟି ଭୋଟର

1 min read

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମୋଟ୍‌ ୯୫ ହଜାର ୪୭୩ ବୁଥରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ମୋଟ୍‌ ୩୨୩୯ ପ୍ରାର୍ଥୀ । ରାଜ୍ୟର ମୋଟ୍‌ ୮ କୋଟି ୯୫ ଲକ୍ଷ ୬୨ ହଜାର ୭୦୬ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ । ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାରାଷ୍ଟ୍ରରେ ପ୍ରମୁଖ ଭାବେ କଂଗ୍ରେସ, ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ଟକ୍କର ହେଉଛି । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଏବଂ କେନ୍ଦ୍ରରେ ମୋଦି ସରକାର ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ସବୁ ରାଜନୀତିକ ଦଳ ଏଥର ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଚାର କରିଛନ୍ତି । ତେବେ ମହାରାଷ୍ଟ୍ର ଭୋଟର କାହା ସପକ୍ଷରେ ଯିବେ ତାହା ଦେଖିବାର ଅଛି ।

  ')}

Leave a Reply