କରୋନା କଲା ଏମିତି ଅବସ୍ଥା; ନିଜେ ଫଟୋ ଟ୍ୱିଟ୍ କରି କରୋନା ଯୋଦ୍ଧା ଜଣାଇଲେ ଦୁଃଖ….

ନୂଆଦିଲ୍ଲୀ: ଆମେରିକାର ଜଣେ ନର୍ସ ଗତ ୮ ମାସ ଧରି କରୋନା ପୀଡିତଙ୍କ ସେବା କରି ଆସୁଥିଲେ  । କରୋନା ପ୍ରଭାବରେ ତାଙ୍କ ଶରୀରରେ କିଛି ପରିବର୍ତ୍ତନ ଆସିଛି, ଯାହା ଅତ୍ୟନ୍ତ ଅସ୍ୱାଭାବିକ । ତାଙ୍କ ଶରୀର ଓ ମୁହଁର ଚର୍ମର ରଙ୍ଗ ବଦଳିଯାଇଛି । କେବଳ ସେତିକି ନୁହେଁ, ତାଙ୍କ ଚେହେରାରେ ଅନେକ ଦାଗ ମଧ୍ୟ ଦେଖିବାକୁ ମିଳୁଛି । ଏସବୁ ସେ ପିନ୍ଧୁଥିବା ପିପିଇ କିଟ୍ ଯୋଗୁଁ ହୋଇଛି ବୋଲି ସେ କହିଛନ୍ତି ।

ସୋସିଆଲ ମିଡ଼ିଆରେ ନିଜର ଏକ ପୂରୁଣା ଫଟୋ ଓ ଏବେକାର ଫଟୋକୁ ଏକା ସାଙ୍ଗରେ ଅପଲୋଡ୍ କରି ସେ କରୋନାଯୋଦ୍ଧାଙ୍କର ବାସ୍ତବ ତ୍ୟାଗ କଥା ଉଲ୍ଲେଖ କରିଛନ୍ତି । ପ୍ରତିଦିନ ୧୦ରୁ ୧୨ ଘଣ୍ଟା ପିପିଇ କିଟ୍ ପିନ୍ଧିବା କେତେ କଷ୍ଟ ଓ କଷ୍ଟ ସହି ପିନ୍ଧି ସାରିବା ପରର ପରିଣତ କଣ ତାହା ଦର୍ଶାଇବାକୁ ଯାଇ ସେ ଏହି ଫଟୋ ପୋଷ୍ଟ କରିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ କରୋନାଜନିତ କୋଭିଡଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

Leave a Reply