‘ବିଜୁ ବାବୁଙ୍କ ସ୍ୱପ୍ନ ଆମମାନଙ୍କୁ ଶୋଇବାକୁ ଦେଉନି’

ଭୁବନେଶ୍ୱର: ବିଜୁ ବାବୁଙ୍କ ଇଚ୍ଛା ଥିଲା ଏ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ  । କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶରେ ଅଗ୍ରଣୀ କରିବାର ତାଙ୍କ ଇଚ୍ଛା ଥିଲା । ଏ ଜାତିକୁ ଆଗକୁ ନେବା ପାଇଁ ସେ ନିଜ ଯୌବନ ଓ ତାଙ୍କ ଜୀବନର ସମସ୍ତ ଜମା ପୁଞ୍ଜିକୁ ଖଟାଇଥିଲେ । ଏବଂ ଏଥିରେ ସେ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିକାଶ କାର୍ଯ୍ୟର ମଙ୍ଗ ଧରିଛନ୍ତି । ଏ ଜାତିକୁ ଆଗକୁ ନେବାର ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାହା ଆମ ନେତାଙ୍କୁ ଶୋଇବାକୁ ଦେଉନାହିଁ ବୋଲି କହିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।

          ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତି ଅବସରରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଯୋଗ ଦେଇ ସେ ଆହୁରି କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀ ଯାହା ଆମ ପାଇଁ କରୁଛନ୍ତି, ଆମେ ୨୪ ଘଣ୍ଟା କାମ କଲେ ମଧ୍ୟ ସମାନ ହେବନି । ଏହି ବିଜୁ ଜନତା ଦଳ ଏକ ପ୍ଳାଟଫର୍ମ, ଯାହା ଆମ ସମସ୍ତଙ୍କୁ ପରିଚୟ ଦେଇଛନ୍ତି । ଏହି ପ୍ଳାଟଫର୍ମ ମାଧ୍ୟମରେ ଆମେ ଆମର ଦାବି ଉପସ୍ଥାପନ କରିପାରୁଛେ । ଆଞ୍ଚଳିକ ଦଳ ଗଠିତ ହୋଇଥିଲା ବୋଲି ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରୁଛି । ବିଜୁ ଓ ନବୀନ ଆଦର୍ଶରେ ଗଠିତ ହୋଇଛି ଏହି ‘ପ୍ଳାଟଫର୍ମ’କୁ ପର ପିଢ଼ି ପାଇଁ ଆହୁରି ଅଧିକ ସୁସଂଗଠିତ କରିବା ଆମ ପାଇଁ ଗୁରୁ ଦାୟିତ୍ୱ। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଋଣି ରହିବା  ଦରକାର । ସମସ୍ତେ ନବୀନ ଆଦର୍ଶରେ କାମ କରୁଛନ୍ତି। ମିଶନ ଶକ୍ତି କେସ ଷ୍ଟଡି ସାରା ବିଶ୍ୱ ପାଇଁ । ଏଭଳି କାମ ଏହି ଜାତି ପାଇଁ ଆମକୁ କରିବାର ଅଛି ବୋଲି ସେ କହିଛନ୍ତି । ଆଞ୍ଚଳିକ ଦଳ ଗଠିତ ହୋଇଥିବାରୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରୁଛି ।

ଏଥିସହିତ ପଢ଼ନ୍ତୁ: ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

Leave a Reply