ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାରଙ୍କ ସତର୍କତା, ଜିଲ୍ଲାପାଳଙ୍କୁ ଚିଠି 

Precautionary Measures To Be Taken To Tackle Heat Wave Situation During Summer

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଦିନକୁ ଦିନ ଖରା ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ନିଆଯିବ ପଦକ୍ଷେପ । ଜଳାଭାବ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଯଦି କିଛି ବ୍ୟବସ୍ଥା ହୋଇନି, ତାହେଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ନଳକୂଅ, ପାଣି ଯୋଗାଉଥିବା ପାଇପ୍‌ରେ ଯଦି କିଛି ସମସ୍ୟା ଥାଏ, ତାର ତୁରନ୍ତ ମରାମତି କରିବାକୁ ଚିଠିରେ କୁହାଯାଇଛି ।

Precautionary Measures To Be Taken To Tackle Heat Wave Situation During Summer

ଜଳ ସମ୍ପଦ ବିଭାଗ ପକ୍ଷରୁ ମଧ୍ୟ କେନାଲରେ ଆବଶ୍ୟକ ମୁତାବକ ଜଳ ଛଡ଼ାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । କରୋନା ପାଇଁ ଗତବର୍ଷ ଶିକ୍ଷା କ୍ଷେତ୍ର ବ୍ୟାପକ ପ୍ରଭାବିତ ହୋଇଥିବା ବେଳେ ଏଥର ଖରାଦିନେ ମଧ୍ୟ ପାଠପଢ଼ା ଜାରି ରହିବ । ତେବେ ଖରା ଯୋଗୁଁ ସକାଳେ ସ୍କୁଲ ଖୋଲିବାକୁ କୁହାଯାଇଛି । ସ୍କୁଲ ଓ କଲେଜ ମାନଙ୍କରେ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ ଜନିତ ସମସ୍ୟା ଏଡ଼ାଇବାକୁ ତୁରନ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।

Leave a Reply