୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ପରିଦର୍ଶନ କରିବେ ସୂର୍ଯ୍ୟମନ୍ଦିର

ଭୁବନେଶ୍ୱର:  ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି  ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୧ ତାରିଖ ରାତିରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଁଚିବା ସହ ରାତ୍ରିଯାପନ କରିବେ । ଏହାପରେ ପର ଦିନ ଅର୍ଥାତ ୨୨ ତାରିଖରେ ସେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ କୋଣାର୍କ ଠାରେ ଭାରତୀୟ ତୈଳ ନିଗମ ଦ୍ବାରା ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କୋଣାର୍କରେ କାର୍ଯ୍ୟକ୍ରମ ସାରିବା ପରେ ରାଷ୍ଟ୍ରପତିଙ୍କ ରାଉରକେଲା ଏନଆଇଟିର ସମାବର୍ରତ୍ତନ ଉତ୍ସବରେ ଯୋଗଦେବେ । ସେପଟେ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ନେଇ ସୂଚନା ମିଳିବା ପରେ ଏବେ ଠାରୁ ଶୃଙ୍ଖଳା ଏବଂ ସୁରକ୍ଷା ଦାୟିତ୍ବକୁ ଗୁରୁତ୍ବ ଦିଆଗଲାଣି । ଅନ୍ୟପଟେ ପ୍ରଶାସନିକ ସ୍ତରରେ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସେହିପରି କୋଣାର୍କ ଗସ୍ତ ସମୟରେ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିବା ନେଇ ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଏହା ପ୍ରଶାସନିକ ସ୍ତରରେ ଚୂଡାନ୍ତ ହୋଇପାରିନାହିଁ । ସେପଟେ ଏନଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ନେଇ ସମୟ ଧାର୍ଯ୍ୟ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply