ମନା କଲେ ବସ୍ ମାଲିକ, ଜୁଲାଇ ୩୧ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର

ଭୁବନେଶ୍ୱର: ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଆଜି ଠାରୁ ୪ ଜିଲ୍ଲା ସହ ଗୋଟିଏ ସହରରେ ଲକଡାଉନ୍ କଟକଣା ଲାଗୁ ହେଥିବା ବେଳେ ଯାତ୍ରୀ ପରିବହନ ଉପରେ କଟକଣା ରହିଛି । କଟକଣା ଲାଗିଥିବାରୁ ଗାଡ଼ି ଚଳାଇ ହେବନି ବୋଲି ଗାଡ଼ିମାଲିକ କହିଛନ୍ତି । ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ସୂଚନା ଦେଇଛି ।

କରୋନା ଯୋଗୁଁ ଏବେ ରାଜ୍ୟରେ ୧୦ ପ୍ରତିଶତ ଘରୋଇ ବସ୍ ଚଳାଚଳ କରୁଛି । ଅଳ୍ପ ବସ୍ ଚାଲୁଥିଲେ ମଧ୍ୟ ଯାତ୍ରୀ ହେଉନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଗାଡ଼ିମାଲିକ ମନା ବସ୍ ଚଳାଇବାକୁ ମନା କରିବା ପରେ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଜୁଲାଇ ୩୧ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର ହେବ ବୋଲି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଡେଇଁଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ସ୍ଥିତିି ଉଦବେଗଜନକ ରହିଛି । ଏହି ୪ ଜିଲ୍ଲା ସହ ସରକାର ରାଉରକେଲା ପୌରାଞ୍ଚଳରେ ଆଜିଠୁ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଜୁଲାଇ ୩୧ ଯାଏଁ ଲକଡାଉନ୍ ଜାରି ରହିବ । ଲକଡାଉନରେ ଏସବୁ ଜିଲ୍ଲାକୁ ଯିବଆସିବା ଉପରେ କଟକଣା ରହିଥିବାରୁ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସଂକ୍ରମଣକୁ ଚେକ୍ ଦେବାକୁ ୪ ଜିଲ୍ଲା ସମେତ ରାଉରକେଲା ସହରରେ ତାଲାବନ୍ଦ

Leave a Reply