ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା

କଟକ:  ପୁରୀ ହାଜତ ମୃତ୍ୟୁ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଆବେଦନ କରାଯାଇଥିଲା । ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି । ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ଠାରୁ ହାଇକୋର୍ଟ ମଧ୍ୟ ରିପୋର୍ଟ ତଲବ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଅପରପକ୍ଷରେ ବିଧାନସଭାରେ ମଧ୍ୟ ହାଜତ ମୃତ୍ୟୁ ତାତି ଦେଖିବାକୁ ମିଳିଛି । ହାଜତ ମୃତ୍ୟୁକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ଅପରାହ୍ନରେ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ। ଏହି ପ୍ରସଙ୍ଗରେ  କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ନାରାବାଜି ଦେବା ସହ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ।

 

Leave a Reply